ଭୁବନେଶ୍ୱର,୨୭।୭: କଟକ ସହରରେ ଯାତାୟାତ ସମସ୍ୟା ଓ ଭିଡ଼କୁ ଦୃଷ୍ଟିରେ ରଖି OMP ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି। ଏହି ସୂଚନା ଦେଇଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ସାଂସଦ ମହତାବ କହିଛନ୍ତି, “ଏହି ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା ହୋଇଛି। ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ ହୋଇ ସରିଛି, ଏବଂ ଖୁବଶୀଘ୍ର ଏହାକୁ ମଞ୍ଜୁରୀ ମିଳିବ। ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।”
ଏହି ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାଂସଦ ମହତାବ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ କଟକ ସହରର ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ସହ ଟ୍ରାଫିକ ଜାମ୍ର ସମସ୍ୟା ହ୍ରାସ କରିବ। ଏହା ସହରର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।
Discover more from Emerging Odisha
Subscribe to get the latest posts sent to your email.