କଂଗ୍ରେସ ଭବନରେ ଖୋଲିଲା ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ

Spread the love

ଭୁବନେଶ୍ବର ୨୪।୭: ସରକାରଙ୍କ ଶକ୍ତିଶ୍ରୀକୁ କାଉଣ୍ଟର କରିବ କଂଗ୍ରେସର ନାରୀ ନ୍ୟାୟ । କଂଗ୍ରେସ ଭବନରେ ମହିଳା ହିଂସାକୁ ନେଇ ଆଜିଠୁ ଖୋଲିଲା ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ

ଯେକୌଣସି ମହିଳା ନିଜର ଅଭିଯୋଗ ନାରୀ ନ୍ୟାୟ ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ଗୁରୁବାର ଏହି ପୋର୍ଟାଲର ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଦାସ ଓ କଂଗ୍ରେସ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ।

କୌଣସି ମହିଳା ନିର୍ଯାତନାର ଶିକାର ହେଲେ womencellodishpcc@gmail.com ଜରିଆରେ ଇ-ମେଲ୍ କରି କିମ୍ବା QR କୋଡ଼ ସ୍କାନ୍ କରି ଅଭିଯୋଗ କରିପାରିବେ । ଶୁକ୍ରବାର ଠାରୁ ଏହି ଆପ୍ କାର୍ଯ୍ୟ କରିବା ସହ ଖୁବ୍‌ଶୀଘ୍ର ଟୋଲ୍ ଫ୍ରି ନମ୍ବର ଜାରି କରାଯିବ । ଅଭିଯୋଗ ଆସିଲେ କଂଗ୍ରେସର ଟିମ୍ ଯାଇ ପୀଡିତାଙ୍କୁ ଭେଟି ତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଓ ପୋଲିସ ଉପରେ ଚାପ ପକାଇବେ ।

ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ତାହାର ସାଇଲେନ୍ସ ମୁଭମେଣ୍ଟ ଜାରି ରଖିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe