ଏହି ମାସରେ ହେବ RI -AMIN ପ୍ରିଲିମିନାରୀ ପରୀକ୍ଷା: ପ୍ରକାଶ ପାଇଲା ବିଜ୍ଞପ୍ତି

Spread the love

ଭୁବନେଶ୍ୱର,୧୩ା୮:ଆର୍‌ଆଇ, ଏଆର୍‌ଆଇ, ଅମିନ ଏବଂ ଆଇସିଡିଏସ୍‌ ସୁପରଭାଇଜର୍‌ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟରବେସ୍‌ଡ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ) ମାଧ୍ୟମରେ ପରୀକ୍ଷା କରିବାକୁ ମଙ୍ଗଳବାର ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ହୋଇଥିବା ସମସ୍ତ ପ୍ରକ୍ରିୟାକୁ ବାତିଲ୍‌ କରାଯାଇ ପୁଣିଥରେ ମୂଳରୁ ପ୍ରକ୍ରିୟା ଆରମ୍ଭ କରାଯିବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading