ଏସିଆ କପ୍ ୨୦୨୫: ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହେଲାଣି ୬ଟି ଦଳ, ଜାଣନ୍ତୁ ଏଥର କାହାକୁ ମିଳିଛି ସୁଯୋଗ

Spread the love

ଏସିଆ କପ୍ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକି ଅଛି । ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ । ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସାମିଲ ଅଛନ୍ତି, ଦୁଇଦଳ ନିଜ ନିଜ ସ୍କ୍ୱାଡ୍ ଘୋଷଣା କରିସାରିଛନ୍ତି । ଉଭୟ ଗ୍ରୁପର ୩-୩ଟି ଦଳ ନିଜ ସ୍କ୍ୱାଡ୍ ଘୋଷଣା କରି ସାରିଛନ୍ତି ।  ନଜର ପକାନ୍ତୁ ଏଥର ସ୍କ୍ୱାଡ୍‌ରେ କେଉଁ କେଉଁ ଖେଳାଳିଙ୍କୁ ଦେଖିବାକୁ ମିଳିବ ।

ଏସିଆ କପ୍ ୨୦୨୫ରେ ସେପ୍ଟେମ୍ବର ୯ରୁ ୧୯ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ, ଏଥିରେ ୮ଟି ଦଳ ମଧ୍ୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପର ସମସ୍ତ ଦଳ ସହିତ ଗୋଟିଏ ଗୋଟିଏ ମ୍ୟାଚ୍ ଖେଳିବେ । ଏହାପରେ ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇ  ଦଳ ସୁପର-୪କୁ ଯିବେ ଏବଂ ବାକି ୪ ଦଳର ଯାତ୍ରା ଶେଷ ହେବ । ଏସିଆ କପ୍‌ ପାଇଁ ଗ୍ରୁପ୍ ଏ ଏବଂ ବି’ର ୩-୩ଟି ଦଳ ନିଜ ସ୍କ୍ୱାଡ୍ ଘୋଷଣା କରିଛନ୍ତି ।
ଗ୍ରୁପ୍ ‘ଏ’ର ଦଳଗୁଡ଼ିକର ସ୍କ୍ୱାଡ୍

  • ଟିମ୍ ଇଣ୍ଡିଆ ସ୍କ୍ୱାଡ୍: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୂଳଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା, ରିଙ୍କୁ ସିଂ 
  • ପାକିସ୍ତାନ ସ୍କ୍ୱାଡ୍: ସଲମାନ ଅଲି ଆଘା (ଅଧିନାୟକ), ଅବରାର ଅହମ୍ମଦ, ଫହିମ ଅଶରଫ, ଫଖର ଜମାନ, ହାରିସ ରୌଫ, ହାସନ ଅଲି, ହସନ ନୱାଜ, ହୁସେନ ତଲତ, ଖୁସଦିଲ ଶାହ, ମହମ୍ମଦ ହାରିସ, ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ସାହିବଜାଦା ଫରହାନ, ସଇମ ଆୟୁବ, ସଲମାନ ମିର୍ଜା, ଶାହିନ ଆଫ୍ରିଦି, ସୁଫିୟାନ ମୋକିମ । 
  • ଓମାନ ସ୍କ୍ୱାଡ୍: ଜତିନ୍ଦର ସିଂ (ଅଧିନାୟକ), ହମ୍ମାଦ ମିର୍ଜା, ବିନାୟକ ଶୁକ୍ଳା, ସୁଫିୟାନ ୟୁସୁଫ, ଆଶିଷ ଓଡେଡେରା, ଆମିର କଲିମ, ମହମ୍ମଦ ନଦୀମ, ସୁଫିୟାନ ମେହମୁଦ, ଆର୍ୟନ ବିଷ୍ଟ, କରଣ ସୋନାୱଲେ, ଜିକ୍ରିୟା ଇସଲାମ, ହାସନ ଅଲି ଶାହ, ଫୈସଲ ଶାହ, ମହମ୍ମଦ ଇମରାନ, ନଦୀମ ଖାନ, ଶକିଲ ଅହମ୍ମଦ, ସମୟ ଶ୍ରୀବାସ୍ତବ ।
  • ୟୁଏଇ ସ୍କ୍ୱାଡ୍: ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

ଗ୍ରୁପ୍ ‘ବି’ର ଦଳଗୁଡ଼ିକର ସ୍କ୍ୱାଡ୍

  • ଆଫଗାନିସ୍ତାନ ସ୍କ୍ୱାଡ୍: ରାଶିଦ ଖାନ (ଅଧିନାୟକ), ରହମାନୁଲ୍ଲା ଗୁରବାଜ, ଇବ୍ରାହିମ ଜାଦରାନ, ଦରୱିଶ ରସୁଲି, ସେଦିକୁଲ୍ଲା ଅଟଲ, ଅଜମତୁଲ୍ଲା ଓମରଜାଇ, କରିମ ଜନତ, ମହମ୍ମଦ ନବୀ, ଗୁଲବଦୀନ ନାଏବ, ଶରାଫୁଦ୍ଦିନ ଅଶରଫ, ମହମ୍ମଦ ଇଶାକ, ମୁଜିବ ଉର ରେହମାନ, ଆଲ୍ଲା ଗଜନଫର, ନୁର ଅହମ୍ମଦ, ଫରିଦ ମଲିକ, ନବୀନ-ଉଲ-ହକ୍, ଫଜଲହକ୍ ଫାରୁକୀ । 
  • ବାଂଲାଦେଶ ସ୍କ୍ୱାଡ୍: ଲିଟନ ଦାସ (ଅଧିନାୟକ), ତଞ୍ଜିଦ ହସନ, ପରୱେଜ ହୁସେନ ଇମୋନ, ସୈଫ ହସନ, ତୌହିଦ ହୃଦୋୟ, ଜେକର ଅଲି ଅନିକ, ଶମିମ ହୁସେନ, କାଜି ନୁରୁଲ ହସନ ସୋହନ, ଶକ୍ ମେହେଦି ହସନ, ରିଶଦ ହୁସେନ, ନସୁମ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ତଞ୍ଜିମ ହସନ ସାକିବ, ତସ୍କିନ ଅହମ୍ମଦ, ଶୋରଫୁଲ ଇସଲାମ, ସୈଫ ଉଦ୍ଦିନ ।
  • ହଂକଂ ସ୍କ୍ୱାଡ୍: ୟାସିମ ମୋର୍ତ୍ତାଜା (ଅଧିନାୟକ), ବାବର ହୟାତ, ଜିଶାନ ଅଲି, ନିଆଜାକତ ଖାନ ମହମ୍ମଦ, ନସରୁଲ୍ଲା ରାଣା, ମାର୍ଟିନ କୋଏତଜି, ଅଂଶୁମାନ ରଥ, କଲ୍ହଣ ମାର୍କ ଚାଲ୍ଲୁ, ଆୟୁଷ ଆଶିଷ ଶୁକ୍ଳା, ମହମ୍ମଦ ଏଜାଜ ଖାନ, ଅତୀକ ଉଲ ରେହମାନ ଇକବାଲ, କିଞ୍ଚିତ ଶାହ, ଆଦିଲ ମେହମୁଦ, ହାରୁନ ମହମ୍ମଦ ଅରଶଦ, ଅଲି ହାସନ, ଶାହିଦ ୱାସିଫ, ଗଜନଫର ମହମ୍ମଦ, ମହମ୍ମଦ ୱାହିଦ, ଅନସ ଖାନ, ଏହସାନ ଖାନ ।

Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading