ଉପରାଷ୍ଟ୍ରପତି ନିର୍ବାଚନ; ବିଜେପିକୁ ସମର୍ଥନ ଦେବନି ବିଜେଡି

Spread the love

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜୁ ଜନତା ଦଳ । ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଜି ଏଭଳି କିଛି ବଡ଼ ବୟାନ ରଖିଛନ୍ତି ବିଜେଡି ନେତା ମହେଶ ସାହୁ । ସେ କହିଛନ୍ତି ଯେ, ଏନଡିଏ ଯେଉଁ ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ । ହେଲେ ଏବେ ସେ ପରିସ୍ଥିତି ନାହିଁ । ତେଣୁ ସମ୍ପୂର୍ଣ୍ଣ ବିରୋଧ ହେବ ।

ସୂଚନାଯୋଗ୍ୟ ଯେ, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ । ଏଥିପାଇଁ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛି । ଉଭୟ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମେଣ୍ଟ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ହେଲେ ଏହା ପୂର୍ବରୁ କିନ୍ତୁ ବିଜେଡି ନେତା ଦେଇଛନ୍ତି ବଡ଼ ବୟାନ ।

ଉପରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହେବା ଦିନଠୁ, କଥା ଉଠିଥିଲା ଯେ ବିଜେଡି ଏଥର କାହାକୁ ସମର୍ଥନ କରିବ । ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେପି ପ୍ରେମ ପଦାରେ ପଡ଼ିବ । ଏହାସହ ଦଳ ଯଦି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଜାତୀୟ ରାଜନୀତିରେ ନୂଆ ଏକ ସମୀକରଣ ଦେଖିବାକୁ ମିଳିବ । ଏହାସହ ଯଦି ବିଜେଡି ସମଦୂରତ୍ୱ ଫର୍ମୁଲାରେ କୌଣସି ବି ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଏ, ତେବେ ଦିଲ୍ଲୀ ପଲିଟିକ୍ସରେ ଦଳ ନିଜର ଓଜନ ହରାଇବ । ତେଣୁ ଦେଖିବାକୁ ବାକି ରହିଲା….ନବୀନ ଏବେ ଭାଇସ୍ ପ୍ରେସିଡେଣ୍ଟ୍ ଇଲେକ୍ସନ ନେଇ କଣ ନିଷ୍ପତ୍ତି ନେଉଛନ୍ତି ?


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading