ଆରମ୍ଭ ହେଲା ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର: ପ୍ରବାସୀ ଓ ସେମାନଙ୍କ ପରିବାର ପାଇଁ ଖୋଲା ହେଲା ଟୋଲ ଫ୍ରି ନମ୍ବର

Spread the love

ଭୁବନେଶ୍ବର: ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫ୍ଲାଗ ଅଫ କରି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ୟୁ ଏନ ମାଇଗ୍ରେସନ, ଏଇଡ଼ ଏଟ ଆକ୍ସନ ଓ ମାଇଗ୍ରେସନ ମଲ୍ଟି ପାର୍ଟନର ଟ୍ରଷ୍ଟ ଫଣ୍ଡର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ସାଧାରଣତଃ ଚାଷ କାମ ସରିବା ପରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ମାନସିକ ଚାପ ମଧ୍ୟ ବଢିଥାଏ। ଏଥିପାଇଁ ବିଭିନ୍ନ ସମୟରେ ସହଯୋଗର ଆବଶ୍ୟକତା ପଡ଼ିଥାଏ। ତେଣୁ ସହଯୋଗର ହାତ ବଢ଼ାଇବା ସାଙ୍ଗକୁ ପ୍ରବାସୀ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ଏହି ଭ୍ରାମ୍ୟମାଣ ସାଧନ କେନ୍ଦ୍ର ସାହାଯ୍ୟ କରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର। ପ୍ରଥମ ଫସଲ ଉତ୍ପାଦନ ପରେ ଚାଷୀମାନେ ଦ୍ଵିତୀୟ ଚାଷ କଣ କରିବେ ଚିନ୍ତା କରିପାରୁ ନାହାନ୍ତି, ଯେଉଁଥି ପାଇଁ ବାହାରକୁ ଯାଇ କାମ କରିବାକୁ ପସନ୍ଦ କରୁଛନ୍ତି। କୃଷି ହିଁ ଏହି ସମସ୍ୟାର ସମାଧାନ କରିପାରିବ। ତେଣୁ ଆଗକୁ ସେ ଦିଗକୁ ଧ୍ୟାନ ଦେଇ ସମସ୍ତ ଚେଷ୍ଟା କରାଯାଉଛି। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading