ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ କମଲ ହାସନ

Spread the love

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା ଏବଂ ମକ୍କାଲ ନିଧି ମୈୟମ (ଏମଏନଏମ) ମୁଖ୍ୟ କମଲ ହାସନ ଗୁରୁବାର ଅର୍ଥାତ୍ ଆଜି ରାଜ୍ୟସଭା ସାଂସଦ ଭାବରେ ଶପଥ ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ‌ସେ ନିଜର ପ୍ରତିକ୍ରିୟା ଦେଇ ମନ କଥା କହିଛନ୍ତି।

“ମୁଁ ଆଜି ଦିଲ୍ଲୀରେ ଶପଥ ନେବାକୁ ଯାଉଛି ଏବଂ ମୋର ନାମ ପଞ୍ଜିକରଣ କରିବାକୁ ଯାଉଛି। ଜଣେ ଭାରତୀୟ ଭାବରେ ମୋତେ ଦିଆଯାଇଥିବା ସମ୍ମାନ ସହିତ ମୁଁ ଏହି କର୍ତ୍ତବ୍ୟ ପାଳନ କରିବାକୁ ଯାଉଛି” ବୋଲି ସେ କହିଛନ୍ତି। ତେବେ କମଲ ହାସନଙ୍କ ଦଳ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୪ ପ୍ରତିଶତ ଭୋଟ ପାଇଥିଲା ଏବଂ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏହି ନିର୍ବାଚନରେ ସେ କୋଏମ୍ବାଟୁର ଦକ୍ଷିଣ ଆସନରୁ ବିଜେପି ବନଥୀ ଶ୍ରୀନିବାସନଙ୍କଠାରୁ ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ଏହା ପରେ ଏମଏନଏମ ୨୦୨୪ ଲୋକସଭା ନିର୍ବାଚନରୁ ଦୂରେଇ ରହିବା ସହ ଶାସକ ଡିଏମକେକୁ ସମର୍ଥନ କରିଥିଲା। ଏହି ସମର୍ଥନ ଆଜି କମଲଙ୍କୁ ରାଜ୍ୟସଭାରେ ପହଞ୍ଚାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୨୦୨୪ରେ ଏମଏନଏମ ଆନୁଷ୍ଠାନିକ ଭାବରେ ଡିଏମକେ ନେତୃତ୍ୱାଧୀନ ସିକ୍ୟୁଲାର ପ୍ରୋଗ୍ରେସିଭ୍ ଆଲିଆନ୍ସ (ଏସପିଏ)ରେ ଯୋଗଦେବା ପରେ ଅଭିନେତା-ରାଜନେତା କମଲଙ୍କୁ ରାଜ୍ୟସଭାରେ ଆସନ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ମେଣ୍ଟ ତାମିଲନାଡୁର ସମସ୍ତ ୩୯ ସଂସଦୀୟ ଆସନରେ ବିଜୟୀ ହୋଇଥିଲା।

ହାସନ ଆନୁଷ୍ଠାନିକ ଭାବରେ ଡିଏମକେ ସହିତ ମେଣ୍ଟ କରିବା ପରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟର ଅଂଶ ଭାବରେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏମ୍ଏନଏମ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଶା କରାଯାଉଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe