ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସଶକ୍ତ ହେବାରେ ଲାଗିଛି ଦେଶର ପ୍ରତିରକ୍ଷା କ୍ଷେତ୍ର । ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଡିଆରଡିଓ। ଧାମରାରେ ଥିବା ଅବଦୁଲ କଲାମ ଦ୍ବୀପରୁ ସଫଳତାର ସହ ପରୀକ୍ଷଣ ହୋଇଛି ଅଗ୍ନି-୫ କ୍ଷେପଣାସ୍ତ୍ର ।
ସମସ୍ତ ପରିଚାଳନା ଓ ପ୍ରଯୁକ୍ତିଗତ ମାପଦଣ୍ଡକୁ ପୂରଣ କରିଛି ଏହି କ୍ଷେପଣାସ୍ତ୍ର । ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ନେତୃତ୍ୱରେ ଏହି ପରୀକ୍ଷଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅଗ୍ନି- ୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭ ହଜାରରୁ ଅଧିକ କିଲୋମିଟର ରହିଛି । ଡିଆରଡିଓ ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ।
Discover more from Emerging Odisha
Subscribe to get the latest posts sent to your email.