ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ, ଯିଏକି ପ୍ରାୟ ୨୬ ଦିନରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହି ସମୟରେ ସେ ଅନ୍ୟ କୌଣସି ଗ୍ରହ ସହ ମିଶି ଶୁଭ ଯୋଗ ସୃଷ୍ଟି କରିଥାନ୍ତି। ଏବେ ଶୁକ୍ର ବୁଧର ରାଶି ମିଥୁନରେ ବିରାଜମାନ। ଏଠାରେ ପୂର୍ବରୁ ଗୁରୁ ବୃହସ୍ପତି ଅଛନ୍ତି। ଏମିତିରେ ଉଭୟ ଗ୍ରହଙ୍କ ମିଳନରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି। ଏଣୁ ଅଗଷ୍ଟ ପହିଲାରୁ ଶୁକ୍ର ଶୁଭ ଯୋଗ ସୃଷ୍ଟି ହେଉଛି, ଫଳରେ ଏହି ୩ ରାଶିର ଭାଗ୍ୟ ଚମକିବ। ଆସନ୍ତୁ ଜାଣିବା…
ମିଥୁନ ରାଶି:
ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ରଙ୍କ ଯୋଗ ଫଳଦାୟକ ହେବ। ଏମାନଙ୍କ କ୍ୟାରିୟରରେ ସଫଳତା, ଚାକିରି କ୍ଷେତ୍ରରେ ବୋନସ, ପଦୋନ୍ନତି ଆଦି ମିଳିପାରେ। କେହି ଚାକିରି ଖୋଜୁଥାନ୍ତି ତେବେ ତାଙ୍କ ଆଶା ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହ ଚାଲୁଥିବା ମନାନ୍ତର ଶେଷ ହେବ। ଭୌତିକ ସୁଖ ପ୍ରାପ୍ତ ହେବ।
ତୁଳା ରାଶି:
ଶୁକ୍ର ଗୋଚର ଏହି ରାଶି ପାଇଁ ଶୁଭଫଳ ଦାୟୀ ହେବ। ଭାଗ୍ୟ ଉଦୟ ହେବ। ଧର୍ମକର୍ମ ମାମଲାରେ ଭାଗ ନେବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। କାମ ଯୋଗୁ ଦୂର ଯାତ୍ରା କରିପାରନ୍ତି। ହେଲେ ଏଥିରେ ଆପଣଙ୍କୁ ଭଲ ଲାଭ ମିଳିପାରେ।
କୁମ୍ଭ ରାଶି:
ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ର ଗୋଚର ଅନେକ କ୍ଷେତ୍ରରେ ଶୁଭଫଳ ଆଣିବ। ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ଚାଲି ଆସୁଥିବା ଅସୁବିଧା ଦୂର ହେବ। ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ମଜଭୂତ ହୋଇପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ। ପାର୍ଟନରଶିପରେ କରିଥିବା ବ୍ୟବସାୟରେ ଲାଭ ମିଳିପାରେ। ଆୟ ବି ବଢ଼ିପାରେ। ସନ୍ତାନମାନଙ୍କ କାର୍ଯ୍ୟ ଯୋଗୁ ଖୁସିଖବର ମିଳିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜାତକଧାରୀଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ।
Discover more from Emerging Odisha
Subscribe to get the latest posts sent to your email.