Twin City Ring Road: ୧୧୧ କିଲୋମିଟରର ହେବ ଭୁବନେଶ୍ୱର-କଟକ ରିଂ ରୋଡ !

Spread the love

ଭୁବନେଶ୍ୱର-କଟକ ରିଂ ରୋଡ ପାଇଁ ୮,୩୦୭ କୋଟି ମଂଜୁର କଲା କ୍ୟାବିନେଟ
ଖୋର୍ଦ୍ଧା ରାମେଶ୍ୱରରୁ କଟକ ଟାଙ୍ଗି ଯାଏଁ ହେବ ରିଂ ରୋଡ
ଭୁବନେଶ୍ୱର-କଟକ ମଧ୍ୟରେ ହେବ ୬ ଲେନ୍ ରିଂ ରୋଡ
ରିଂ ରୋଡ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଭୂମିକା
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଥିଲେ ଧର୍ମେନ୍ଦ୍ର

ଓଡ଼ିଶାକୁ ମୋଦି ସରକାରଙ୍କ ବଡ଼ ଭେଟି । ଭୁବନେଶ୍ୱର-କଟକ ରିଂ ରୋଡ଼ ପାଇଁ ୮ ହଜାର ୩୦୭ କୋଟି ମଞ୍ଜୁର କରିଛି କ୍ୟାବିନେଟ୍ । ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗି ଯାଏଁ ଯୋଡିବ ରିଂ ରୋଡ଼ । ଏକ୍ସ ହ୍ୟାଣ୍ଡେଲରେ ମୋଦିଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ । ରିଂ ରୋଡ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଭୂମିକା । ପ୍ରେସମିଟ୍ କରି କହିଲେ, ଓଡ଼ିଶାର ଅର୍ଥନୀତିରେ ହେବ ସହାୟକ ।

ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ସହରରେ ଭିଡ ହ୍ରାସ ପାଇବ। ଗମନାଗମନରେ ସୁଧାର ଆସିବ । ଆର୍ଥିକ ଓ ସାମାଜିକ ପ୍ରଗତି ହେବ ତ୍ବରାନ୍ବୀତ । 8 ହଜାର 307 କୋଟି ଟଙ୍କା ବ୍ୟୟରେ ହାଇବ୍ରିଡ ଆନୁଇଟି ମୋଡ ଜରିଆରେ ନିର୍ମାଣ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପ୍ରକଳ୍ପ । ଏହାକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ 6 ଲେନ ରିଂ ରୋଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଭୁବନେଶ୍ବର-କଟକ ରିଂ ରୋଡର ଦୈର୍ଘ୍ୟ ହେବ 111 କିମି । ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗି ଯାଏ ଏହି ରିଂ ରୋଡ ଯୋଡିବ । ଅଢେଇ ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ ହେବ ପ୍ରକଳ୍ପ । ଖୋର୍ଦ୍ଧା, ଭୁବନେଶ୍ବର, ଏବଂ କଟକକୁ ସଂଯୋଗ କରୁଥିବା ଏହି 6 ଲେନ ବିଶିଷ୍ଟ ରିଂ ରୋଡ ପ୍ରକଳ୍ପ ପୂର୍ବୋଦୟ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ସଶକ୍ତ, ସମୃଦ୍ଧ, ଏବଂ ବିକଶିତ ଓଡ଼ିଶା ପାଇଁ ମୋଦି ସରକାର କେତେ ପ୍ରତିଶ୍ରୁତିବଦ୍ଧ ତାହା କ୍ୟାବିନେଟର ଏହି ନିଷ୍ପତ୍ତିର ସହଜରେ ଅନୁମାନ କରାଯାଇପାରେ ।

ରାଜ୍ୟରେ ସଡ଼କ ନେଟୱର୍କର ବିସ୍ତାର ନେଇ ବାରମ୍ବାର ଦାବି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । 2022 ମସିହାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନି ଗଡକରୀଙ୍କୁ ଭେଟି ପୂର୍ବରୁ ଦାବି ଉପସ୍ଥାପନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 2024 ମ ସିହାରେ କାମ ଆଗେଇବ ବୋଲି ମୋଦି ଓ ଗଡକରିଙ୍କୁ ଧନ୍ୟବାଦ ଜଣାଇଥିଲେ । ମୋଦି ସରକାରରେ ସଡ଼କ ଭିତ୍ତିଭୂମି ଓ ଗମନାଗମନକୁ ବିଶେଷ ଗୁରୁତ୍ବ ଦିଆଯାଇଛି । 30.1.2017ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନି ଗଡକରୀଙ୍କୁ ଏହି ଚିଠି ଲେଖିଥିଲେ । ଯେଉଁ ଚିଠିରେ ପ୍ରସ୍ତାବିତ ରିଂ ରୋଡ କଥା କୁହାଯାଇଥିଲା । 2022ରେ ବି ଏ ସଂପର୍କରେ ନିତୀନ ଗଡକରିଙ୍କୁ ଭେଟି ଆଲୋଚନା କରିଥିଲେ।

ନଜର ପକାନ୍ତୁ ଏହି ରିଂ ରୋଡ ହେଲେ କଣ ସବୁ ସୁବିଧା ମିଳିବ
-111 କିଲୋମିଟରର ଏହି ରିଂ ରୋଡ NH-55, NH-57,NH-655 ଏବଂ SH-65କୁ ଯୋଡିବ
-ଭୁବନେଶ୍ବର ବିମାନ ବନ୍ଦର, ଖୋର୍ଧା ରେଳ ଷ୍ଟେସନ, ପୁରୀ ଓ ଅସ୍ତରଙ୍ଗ ବନ୍ଦରକୁ ଯୋଡିବ
-ମେଗା ଫୁଡ ପାର୍କ, ଟେକ୍ସଟାଇଲ, ଫାର୍ମା ଓ ମାଛଧରା କ୍ଲଷ୍ଟର ସହିତ ସଂଯୋଗ
-74.43 ଲକ୍ଷ ମାନବ ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ 93.04 ଲକ୍ଷ ମାନବ ଦିବସ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ
-ଏହି ପ୍ରକଳ୍ପ ଓଡ଼ିଶା ଓ ପୂର୍ବ ଭାରତର ବିକାଶକୁ ତ୍ବାରିନ୍ବିତ କରିବ
-ଉଦ୍ୟୋଗ, ବ୍ୟାପାର, ଓ ରୋଜଗାର ବୃଦ୍ଧିରେ ସହାୟକ ହେବ
-ଧାର୍ମିକ ଓ ଅର୍ଥନୈତିକ କେନ୍ଦ୍ର ଗୁଡିକୁ ସଂଯୋଗ କରିବ
-ସାମାଜିକ-ଆର୍ଥିକ ସମୃଦ୍ଧିକୁ ନିଶ୍ଚିତ କରିବ


କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନି ଗଡକରୀ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଓଡ଼ିଶାରେ ଭିତ୍ତିଭୂମିରେ ମାଇଲଖୁଣ୍ଟ ସ୍ଥାପନ ହେବାକୁ ଯାଉଛି । ସେଥିପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ଚ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ଯେ ପୂର୍ବୋଦୟ ମିଶନରେ କଟକ-ଭୁବନେଶ୍ବର 6 ଲେନ ବିଶିଷ୍ଟ କଣ୍ଟ୍ରୋଲଡ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଡିଅନ ରିଂ ରୋଡ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading