SCO Summitରେ ବର୍ଷିଲେ ପିଏମ୍ ମୋଦି, କହିଲେ ‘କିଛି ଦେଶ ଆତଙ୍କବାଦକୁ କରୁଛନ୍ତି ଖୋଲା ସମର୍ଥନ’

Spread the love

ନୂଆଦିଲ୍ଲୀ: ଶେହବାଜ ସରିଫଙ୍କ ଆଗରେ ପାକିସ୍ତାନକୁ ଚେତାବନୀ । କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଚୀନ ତିଆନଜିନ ଏସ୍‌ସିଓ ସମ୍ମିଳନୀରେ ପହଲଗାମ ଆତଙ୍କବାଦୀ ଆକ୍ରମଣ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଆତଙ୍କବାଦ ଦୁନିଆ ପାଇଁ ସବୁଠୁ ବଡ଼ ବିପଦ । ବିଗତ ୪ ଦଶନ୍ଧି ହେଲା ଭାରତ ଆତଙ୍କବାଦରେ ପ୍ରପୀଡ଼ିତ । ନିକଟରେ ପହଲଗାମରେ ଆତଙ୍କବାଦର ଘୃଣ୍ୟ ରୂପ ଦେଶ ଦେଖିଛି । ଏହି ଦୁଃଖ ସମୟରେ ଆମ ସହ ଯେଉଁ ରାଷ୍ଟ୍ର ସହ ଛିଡ଼ା ହୋଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି ।


ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ପହଲଗାମ ଆକ୍ରମଣ ମାନବତା ଉପରେ ବିଶ୍ଵାସ ରଖୁଥିବା ପ୍ରତିଟି ଦେସ ଓ ବ୍ୟକ୍ତିଙ୍କ ଲାଗି ଖୋଲା ଆହ୍ଵାନ ଥିଲା । ଏମିତିରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, କିଛି ଦେଶ ଦ୍ଵାରା ଆତଙ୍କବାଦକୁ ଖୋଲା ସମର୍ଥନକୁ ଆମେ କ’ଣ ସ୍ଵୀକୃତି ଦେବା । ଆମକୁ ସ୍ପଷ୍ଟ ଭାବରେ ଗୋଟିଏ ସ୍ଵରରେ କହିବାକୁ ହେବ, ଆତଙ୍କବାଦକୁ ନେଇ କାହାରି ବି ୨ଟି ରୂପକୁ ଗ୍ରହଣ କରାଯାଇ ପାରିବ ନାହିଁ ।


ଭାରତ ଏସ୍‌ସିଓର ସକ୍ରିୟ ସଦସ୍ୟ ଭାବେ ସବୁବେଳେ ରଚନାତ୍ମକ ଓ ସକରାତ୍ମକ ଭୂମିକା ଆପଣାଇଛି । ଏସ୍‌ସିଓକୁ ନେଇ ଭାରତର ଦୃଷ୍ଟିକୋଣ ଓ ନୀତି ୩ଟି ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ । S- ହେଉଛି ସୁରକ୍ଷା (Security), C- ଯୋଗାଯୋଗ (Connectivity), O- ସୁଯୋଗ (Oppertunity) ।


ଏସ୍‌ସିଓ ସମ୍ମିଳନୀ ସରିବା ସହ ଘୋଷଣାପତ୍ର ଜାରି ରହିଛି । ଯେଉଁଥିରେ ସମସ୍ତ ସଦସ୍ୟ ରାଷ୍ଟ୍ର ଆତଙ୍କବାଦ ବିରୋଧରେ ଲଢ଼େଇକୁ ନେଇ ସହମତ ହୋଇଛନ୍ତି । ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଭେଟିଛନ୍ତି । ମୋଦି ଓ ପୁଟିନ ଆଲୋଚନା କରୁଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ସରିଫ ଛିଡ଼ା ହୋଇଥିଲେ ବି ୨ ନେତା ତାଙ୍କୁ ଅନାଇ ନଥିଲେ । ଏବେ ଉକ୍ତ ଭିଡିଓ ଭାଇରାଲ୍ ହେଉଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading