ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା…ଦୁର୍ଗା ପୂଜାକୁ ନେଇ ପୋଲିସ ସେବା ଭବନରେ ପ୍ରସ୍ତୁତି ବୈଠକ…ମେଲୋଡିରେ ଅଶ୍ଳୀଳ ନୃତ୍ୟ ନ କରିବାକୁ ଏକାମ୍ର ବିଧାୟକଙ୍କ ଅପିଲ
ବାଜିଲାଣି ପାର୍ବଣର ବିଗୁଲ୍ । ଗଣେଷ ପୂଜା ପରଠୁ ଆରମ୍ଭ ହୋଇସାରିଛି ପାର୍ବଣର ମାହୋଲ । ଆଉ କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମା ଦୁର୍ଗା । ଏଥିପାଇଁ ଜୋରସୋରରେ ଜାରି ରହିଛି ପ୍ରସ୍ତୁତି । ସେପଟେ ପୂଜା ପରିଚାଳନା ନେଇ ଆଜି ପୋଲିସ ସେବା ଭବନରେ ବସିଥିଲା ପ୍ରସ୍ତୁତି ବୈଠକ । ପୋଲିସ କମିଶନରଙ୍କ ସହ ଭୁବନେଶ୍ୱର ଡିସିପି, ବିଧାୟକ ବାବୁ ସିଂ ଓ ବିଭିନ୍ନ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ । ଚଳିତ ଥର ରାଜଧାନୀର ୧୮୭ଟି ସ୍ଥାନରେ ଦୁର୍ଗାପୂଜା ହେବାକୁ ଥିବା ବେଳେ ପୂଜା ପରିଚାଳନା, ଭସାଣି ସହ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି ।
ଅଧିକ ପଢ଼ନ୍ତୁ: ବଢିବ ରାଜଧାନୀର ପରିସର, ୮୦୦ ଏକର ଜମିରେ ପ୍ରତିଷ୍ଠା ହେବ ନୂଆ ଭୁବନେଶ୍ଵର
ତେବେ ଏଥର ପାର୍ବଣରେ ହେଉଥିବା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା । ଦୁର୍ଗା ପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିଲା ପ୍ରସ୍ତୁତି ବୈଠକରେ ପୂଜା କମିଟିକୁ ଏଭଳି ଅପିଲ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ପୂଜା ମଣ୍ଡପ ନିକଟରେ ହେଉଥିବା ମେଲୋଡିକୁ ସପରିବାର ଯେମିତି ଦେଖି ହେବ ସେ ଭଳି ମେଲୋଡି କରାଯାଉ ବୋଲି ବିଧାୟକ କହିଛନ୍ତି। ପୂଜା ଓ ଭସାଣି ବେଳେ ଅପସଂସ୍କୃତି ନ ରହିବା ନେଇ ରାଜି ହୋଇଛନ୍ତି ପୂଜା କମିଟି ।
ସେପଟେ ଦୁର୍ଗାପୂଜା ଭସାଣି ବେଳେ ଡିଜେ ମନା । କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି । ଲାଗିବନି ଲେଜର ଲାଇଟ । ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା କଟକଣା । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ବଡ଼ ନିଷ୍ପତି ନିଆଯାଇଛି । ପୂଜା ବେଳେ ସେଫଟିକୁ ଦିଆଯିବ ଗୁରୁତ୍ୱ । ମହିଳା ସୁରକ୍ଷା ଓ ଟ୍ରାଫିକକୁ ଅଧିକ ଗୁରୁତ୍ୱ ଦିଆଯିବ। ପୂଜା ବେଳେ ଅପରାଧୀଙ୍କ ଉପରେ କଡା ନଜର ରହିବ । ପ୍ରତି ପେଣ୍ଡାଲରେ ଏମେର୍ଜେନ୍ସି ଏକ୍ସଜିଟ ବ୍ୟବସ୍ଥା ରହିବା ସହ ସିସିଟିଭି ଲଗାଇବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଫାୟାର ସେଫଟି ଓ ବିଦ୍ୟୁତ ସେଫଟି ପାଇଁ ବିଭାଗଠାରୁ ଆୟୋଜକ ଅନୁମତି । ଏୟାରପୋର୍ଟ ଅଂଚଳରେ ଭସାଣି ବେଳେ ଲାଇଟ ଲଗାଇବା ଉପରେ ମଧ୍ୟ କଟକଣା ଲାଗିଛି ।
Discover more from Emerging Odisha
Subscribe to get the latest posts sent to your email.