ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ବନୁଛି ଭାରତ । ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ DRDOକୁ ୨୯ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି କେନ୍ଦ୍ର ସରକାର ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ବନୁଛି ଭାରତ । ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ DRDOକୁ ୨୯ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି କେନ୍ଦ୍ର ସରକାର । ରିପୋର୍ଟ ଅନୁସାରେ ଗତ ତିନି ବର୍ଷ ମଧ୍ୟରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନକୁ ୨୯ ହଜାର ୫୫୮ ଶହ ୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୋଦି ସରକାର । ୨୦୨୩ ରେ ୩ ହଜାର ୮୪୨.୭୧ କୋଟି ଟଙ୍କା ମୂଲ୍ୟର ୪୦ଟି ପ୍ରକଳ୍ପକୁ ମଞ୍ଜୁର କରିଥିଲେ । ୨୦୨୪ରେ, ଏହି ସଂଖ୍ୟା ୨୨ ହହାର ୧୭୫.୪୯ କୋଟିକୁ ବୃଦ୍ଧି ପାଇଥିଲା ।
୨୦୨୫ରେ ଏପର୍ଯ୍ୟନ୍ତ ୩ ହଜାର ୫୪୦ ଶହ ୪୬ କୋଟି ଟଙ୍କା ମୂଲ୍ୟର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ନିକଟରେ ଇନୋଭେସନକୁ ଉତ୍ସାହିତ କରିବା ପାଇଁ, ଡିଆରଡିଓ ପ୍ରତିରକ୍ଷା ଶିଳ୍ପ କରିଡର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଘରୋଇ କମ୍ପାନୀଗୁଡ଼ିକ ପାଇଁ ଏହାର ପରୀକ୍ଷଣ ସୁବିଧା ଖୋଲିଛି ।
Discover more from Emerging Odisha
Subscribe to get the latest posts sent to your email.