ପୁଲିସ୍ ହେପାଜତରୁ AAP ବିଧାୟକ ପଠାଣମାଜରା ଫେରାର୍ ; ବିଧାୟକଙ୍କ ଗୁଳି ମାଡ଼ରେ ପୁଲିସ କର୍ମୀ ଆହତ

Spread the love

ପଞ୍ଜାବରେ AAP ବିଧାୟକ ହରମିତ ସିଂ  ପଠାଣମାଜରା ପୁଲିସ ହେପାଜତରୁ ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟ ୨୫ ରେ ଜଣେ ମହିଲାଙ୍କ ଭିଡିଓ ଲିକ୍ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିନ୍ତୁ ଗିରଫ ହେବାର ଖବର ପାଇବା ପରେ ପଠାଣମାଜରା ପଞ୍ଜାବରୁ ହରିୟାଣାକୁ ପଳାଇ ସେଠାରେ ଲୁଚି ରହିଥିଲେ ।

ପୁଲିସ ହରିୟାଣାରେ ଚଢ଼ାଉ କରି ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେଉଥିବାବେଳେ ରାସ୍ତାରେ ପଠାଣମାଜରା ଓ ତାଙ୍କ ସାଥୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଜଣେ ପୁଲିସକର୍ମୀ ଆହତ ହୋଇଥିଲେ । ଖାଲି ସେତିକି ନୁହେଁ, ବିଧାୟକ ଓ ତାଙ୍କ ସାଥୀମାନେ ପୁଲିସକର୍ମୀଙ୍କ ଉପରେ ଗାଡି ଚଢ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଫେରାର ହେବା ସମୟରେ ହରମିତ ପଠାଣମାଜରା ଦୁଇଟି ଗାଡି – ଗୋଟିଏ ସ୍କର୍ପିଓ ଏବଂ ଗୋଟିଏ ଫର୍ଚ୍ୟୁନରରେ ଥିଲେ । ପୁଲିସ ଫର୍ଚ୍ୟୁନରକୁ ଧରିବାରେ ସଫଳ ହୋଇଛି, କିନ୍ତୁ ସ୍କର୍ପିଓରେ ଫେରାର ହୋଇଥିବା ବିଧାୟକଙ୍କର ଏପର୍ଯ୍ୟନ୍ତ କୌଣସି ସୁରାଗ ମିଳିନାହିଁ । ପୁଲିସ ଟିମ୍ ଲଗାତାର ତାଙ୍କୁ ପିଛା କରୁଛନ୍ତି ଏବଂ ନାକାବନ୍ଦୀ କରାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading