ଜଗତସିଂହପୁରରୁ କଟକ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ନଥିବାରୁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।
ଆମ୍ବୁଲାନ୍ସରେ ଚାଲିଗଲା ମହିଳାଙ୍କ ଜୀବନ । ଜଗତସିଂହପୁରରୁ କଟକ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ନଥିବାରୁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଥାନାରେ ଭର୍ତ୍ତି କରିଛନ୍ତି । ମୃତ ମହିଳା ବ୍ରାହ୍ମଣଖଣ୍ଡ ଗ୍ରାମର ଆଡଭୋକେଟ ପୀତାମ୍ବର ପଣ୍ଡାଙ୍କ ପତ୍ନୀ କମଳା ପଣ୍ଡା ।
ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗ୍ରାମର କମଳା ପଣ୍ଡା ନାମକ ଜଣେ ୫୮ ବର୍ଷୀୟ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଜଗତସିଂହପୁର ମେଡିକାଲ ଓ ପରେ OD33 R 3130 ମା କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତରିତ ହେଉଥିବା ସମୟରେ ଜଗତସିଂହପୁର ସହର ଗୋପାଳସାଗର ନିକଟରେ ରୋଗୀକୁ ଆମ୍ବୁଲାନ୍ସ ଆବଶ୍ୟକ ପଡିଥିଲା । ମାତ୍ର ଆମ୍ବୁଲାନ୍ସରେ ଅକ୍ସୀଜେନ ନ ଥିବାରୁ ମହିଳାଙ୍କ ଜୀବନ ଚାଲିଇଥିଲା । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଲୋକମାନେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଭର୍ତ୍ତି କରିଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.