ଭୁବନେଶ୍ଵର: ଟୁରିଷ୍ଟ ବସ୍ ଦୁର୍ଘଟଣାଗସ୍ତ । ଜଣେ ମୃତ, ୫ ଜଣ ଗୁରୁତର । ଭୁବନେଶ୍ଵର-ପୁରୀ ବାଇପାସ୍ ରୋଡର ସାଇ ମନ୍ଦିର ବସଷ୍ଟପ୍ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ପାଉଁଶ ଭର୍ତ୍ତି ଟ୍ରକ୍କୁ ଭୋର୍ ସମୟରେ ଧକ୍କା ଦେଇଛି ପର୍ଯ୍ୟଟକଙ୍କୁ ନେଇ ଗୁଜରାଟରୁ ପୁରୀ ଆସୁଥିବା ଏକ ବସ୍ ।
ଏହି ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭୋର୍ ପ୍ରାୟ ସାଢ଼େ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଗୁଜରାଟର ସୋମନାଥରୁ ପ୍ରାୟ ୪୧ ଜଣ ପର୍ଯ୍ୟଟକ ତୀର୍ଥ ଭ୍ରମଣରେ ବାହାରି ଥିଲେ ।
ମଧ୍ୟପ୍ରଦେଶର ଉଜ୍ଜୟନରେ ମହାକାଳଙ୍କ ଦର୍ଶନ ପରେ ବିହାର ଚମ୍ପାରଣ ଭ୍ରମଣ ପରେ ପୁରୀ ଅଭିମୁଖେ ଆସୁଥିଲେ । ଭୁବନେଶ୍ଵର-ପୁରୀ ବାଇପାସ୍ ରାସ୍ତାରେ ଖରାପ ହୋଇ ଛିଡ଼ା ହୋଇଥିବା ଟ୍ରକ୍ଟିକୁ ପଛରୁ ଧକ୍କା ଦେଇଥିଲା ଟୁରିଷ୍ଟ ବସ୍ ।
Discover more from Emerging Odisha
Subscribe to get the latest posts sent to your email.