ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ କାର୍ଯ୍ୟକାରୀ ହୋଇଛି। ଏହା ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି।
ଭାରତ, ଆମେରିକା ଦ୍ୱାରା ଲଗାଯାଇଥିବା ଶୁଳ୍କବିରୋଧରେ ଅନେକ ପଦକ୍ଷେପ ନେଉଛି। ସରକାର ଏବେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏ ମଧ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ସ୍ୱଦେଶୀ ମନ୍ତ୍ରର ପୁନରାବୃତ୍ତି କରିଛନ୍ତି। ସେ ଏକ ଅତି ସରଳ ଉଦାହରଣ ଦେଇ କହିଛନ୍ତି ଯେ, “ଯେଉଁ ଜିନିଷ ଆମ ଘରେ, ଆମ ଦେଶରେ ଅଛି ସେ ଜିନିଷ ଆମେ କାହିଁକି ଆମଦାନୀ କରିବା? ଯଦି ଆପଣ ଗ୍ରୀଷ୍ମ ଋତୁରେ ଏକ ଭଲ ଲେମ୍ବୁ ପାଣି ବା ଶିକଞ୍ଜି ତିଆରି କରି ପିଇପାରିବେ, ତେବେ ବାହାରୁ କୋକା କୋଲା-ସ୍ପ୍ରାଇଟ୍ କାହିଁକି ଆମଦାନୀ କରିବା? ଯଦି ଆମେ ଘରେ ଭଲ ଏବଂ ପୁଷ୍ଟିକର ଖାଦ୍ୟ ଖାଇପାରିବା, ତେବେ ପିଜା-ବର୍ଗର ଇତ୍ୟାଦି କାହିଁକି ଆମଦାନୀ କରିବା? ଡାକ୍ତରମାନେ ମଧ୍ୟ ଏହି ଜିନିଷଗୁଡ଼ିକୁ ବାରଣ କରନ୍ତି।”
ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦% ଶୁଳ୍କ ମଧ୍ୟରେ ସେ ଏକ ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି ଯେ, “ଆନ୍ତର୍ଜାତୀୟ ବାଣିଜ୍ୟ କୌଣସି ଚାପରେ ନୁହେଁ, ବରଂ ସ୍ୱେଚ୍ଛାକୃତ ଭାବରେ କରାଯିବା ଉଚିତ। ଭାରତକୁ ସ୍ୱାବଲମ୍ବୀ ହେବା ଏବଂ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସ୍ୱଦେଶୀ ଜିନିଷକୁ ଗ୍ରହଣ କରି ଏହାର ବ୍ୟବହାର କରିବା ଉଚିତ୍। ଆନ୍ତର୍ଜାତୀୟ ବାଣିଜ୍ୟରେ ସମସ୍ୟା ଆରମ୍ଭ ହେଲାଣି। ସାଧାରଣ ଭାରତୀୟ ନାଗରିକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ସ୍ୱଦେଶୀ ସାମଗ୍ରୀକୁ ପ୍ରାଥମିକତା ଦେବା। ବିଦେଶୀ ସାମଗ୍ରୀ ବଦଳରେ ସ୍ଥାନୀୟ ଉତ୍ପାଦ କିଣିବା। ଆମ ଦେଶର ଗ୍ରାମୀଣ ଏବଂ ସହରାଞ୍ଚଳ ଶିଳ୍ପକୁ ସମର୍ଥନ କରିବା ଦ୍ୱାରା ଦେଶ ଆର୍ଥିକ ସ୍ତରରେ ମଜବୁତ ହେବ।”
ବୁଧବାର ଦିନ ଆରଏସଏସର ୧୦୦ବର୍ଷ ପୂରଣ ଅବସରରେ ଆୟୋଜିତ ‘୧୦୦ବର୍ଷ କି ସଂଘ ଯାତ୍ରା: ନଏ କ୍ଷିତିଜ’ର ଦ୍ୱିତୀୟ ଦିନରେ ଅର୍ଥତ୍ ଆଜି ସେ ଏହି କଥା କହିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.