ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

Spread the love

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା। ତାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା। ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ।

ଆଜି ନୂଆଁଖାଇ ଅବସରରେ ଭୋଗମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିବେ। ସେଥିପାଇଁ ବୁଧବାର ଓ ଗୁରୁବାର ଦୁଇଦିନ ମନ୍ଦିରର ଭୋଗମଣ୍ଡପକୁ ସାଧାରଣ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କୌଣସି ଭକ୍ତ ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ଗୋଟିଏ ଦନା କାନିକା ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ଗାଁରୁ ସହର, ସବୁଠି ଚାଲିଛି ପ୍ରସ୍ତୁତି। ଗୁରୁବାର ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ଏହାପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରଦ୍ବାର ଖୋଲି ଦିଆଯିବ ବୋଲି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଥିଲେ।

ଆଜି ନୂଆଁଖାଇ ଅବସରରେ ଭୋଗମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିବେ। ସେଥିପାଇଁ ବୁଧବାର ଓ ଗୁରୁବାର ଦୁଇଦିନ ମନ୍ଦିରର ଭୋଗମଣ୍ଡପକୁ ସାଧାରଣ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କୌଣସି ଭକ୍ତ ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ଗୋଟିଏ ଦନା କାନିକା ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

ବୁଧବାର କଣ୍ଟାପାଲି ଗ୍ରାମର ଜଣେ ଚାଷୀ ‘ସରିଆ’ ଧାନରୁ ପ୍ରସ୍ତୁତ ନୂଆ ଚାଉଳ ମନ୍ଦିର ପୂଜକମାନଙ୍କୁ ଦେଇଥିଲେ। ଯାହା ଆଜି ନବାନ୍ନ ଲାଗି ହୋଇଛି। ମୁଖ୍ୟ ପୂଜକ ଶ୍ରୀ ରାୟ କହିଛନ୍ତି, ନୂଆଁଖାଇ ପାଇଁ ବୁଧବାର ସକାଳୁ ମା ସମଲେଶ୍ବରୀଙ୍କ ଅଳଙ୍କାର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ଅନ୍ୟ ପୂଜକମାନେ ମା’ଙ୍କର ଅଳଙ୍କାରଗୁଡ଼ିକ କାଢ଼ି ସଫା କରିଛନ୍ତି। ଗୁରୁବାର ଭୋର ୪ଟା ୩୦ ବେଳକୁ ପୂଜକମାନେ ପ୍ରଥମେ ମନ୍ଦିର ଓ ଗର୍ଭଗୃହ ଧୋଇଛନ୍ତି। ଏହାପରେ ମା’ଙ୍କୁ ସ୍ନାନ କରାଇ ନୂଆ ଶାଢ଼ି ଓ ସଫା କରାଯାଇଥିବା ଅଳଙ୍କାର ପିନ୍ଧାଇଛନ୍ତି। ଏହାପରେ ମନ୍ଦିର ଦ୍ବାର ବନ୍ଦ କରାଯିବ। ସକାଳ ପ୍ରାୟ ୯.୩୦ ବେଳକୁ ମନ୍ଦିର ମୁଖ୍ୟଦ୍ବାର ଖୋଲି ଝୋଟି ଦିଆଯିବ। ୧୦ଟା ବେଳକୁ ମନ୍ଦିରକୁ ଭୋଗ ଅଣାଯାଇଛି। ୧୦.୩୩ରୁ ପୂଜା ଆରମ୍ଭ ହୋଇ ୧୧୫ ପାର୍ଶ୍ବ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ମଙ୍ଗଳ ଆଳତି ହୋଇଛି। ନୂଆଭୋଗ ଲାଗି ପରେ ପ୍ରାୟ ୧୨ଟା ୩୦ ବେଳକୁ ଭକ୍ତ ଦର୍ଶନ କରିବେ। ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ। ଏହିଦିନ ଚାଷୀମାନେ କ୍ଷେତ ପୂଜା, କୁମ୍ଭାରମାନେ କୁମ୍ଭାରଚକ ପୂଜା କରିବେ। ବିଭିନ୍ନ ବୃତ୍ତିର ଲୋକେ ନିଜ ପେସାଗତ ଉପକରଣ, ଯନ୍ତ୍ରପାତି, ଜୀବଜନ୍ତୁଙ୍କୁ ପୂଜା କରିବା ବିଧି ରହିଛି। ଚାକିରିଆମାନେ ଯିଏ ଯେଉଁଠି ଥାଆନ୍ତି ଘରକୁ ଆସନ୍ତି। ମା’ଙ୍କ ଦର୍ଶନ ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ। ଅପରପକ୍ଷରେ ଗୁରୁବାର ନୂଆଁଖାଇ ଅବସରରେ ମନ୍ଦିରର ଭୋଗମଣ୍ଡପକୁ ସ୍ବତନ୍ତ୍ର ଅତିଥିମାନଙ୍କ ଆଗମନ ହେଉଥିବାରୁ ଅନ୍ନ, ଡାଲି, ପନିର ତରକାରୀ, ପାଏସ ସହିତ ୧୨ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେବ ବୋଲି ଟ୍ରଷ୍ଟବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ସୂଚନା ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବେଶ କିଛିଦିନ ଧରି ଏହି ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଚାଲିବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading