ପୁରୀ, ପାରାଦ୍ୱୀପରେ ଵି ଶୀଘ୍ର ଆରମ୍ଭ ହେବ ଏୟାର ପୋର୍ଟର ଗ୍ରାଉଣ୍ଡ ୱାର୍କ
ଭୁବନେଶ୍ୱରରେ ହେବ ବିମାନ ମରାମତି କେନ୍ଦ୍ର
ଢେଙ୍କାନାଳରେ ବିମାନ ପ୍ରଶିକ୍ଷଣ କେନ୍ଦ୍ର କରିବାକୁ ଘୋଷଣା
୩ ରାଜ୍ୟ ସହ ଓଡିଶାର ଚିଲିକାରେ ଚାଲିବ ସି -ପ୍ଲେନ
ଭୁବନେଶ୍ୱରରେ ଆୟୋଜିତ ହୋଇଛି ପୂର୍ବ ପ୍ରାନ୍ତ ବେସାମାରିକ ବିମାନ ମନ୍ତ୍ରୀ ସମ୍ମିଳନୀ । ଓଡିଶା ସହ ବିହାର, ଛତିଶଗଡ, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଆଣ୍ଡାମାନ ନିକୋବରର ମନ୍ତ୍ରୀ, ଡିଜି .ସି. ଏ ଓ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ୩ ରାଜ୍ୟ ସହ ଓଡିଶାର ଚିଲିକାରେ ଚାଲିବ ସି -ପ୍ଲେନ । କାମରେ ଆସୁ ନଥିବା ଓଡିଶାର ୨୨ ଏୟାର ଷ୍ଟ୍ରିପର ଉନ୍ନତି କରଣ କରିବାକୁ ଭରସା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ଏବେ ହାୱାଇ ଚପଲରୁ ହାୱାଇ ଯାତ୍ରା ସଫଳ ହୋଇଛି । ୨୦୨୪ରେ ଦେଶରେ ୨୪ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିବା ବେଳେ ଏହା୬୫ ବର୍ଷର ରେକର୍ଡ ଭାଙ୍ଗିଛି ।
ଦେଶରେ ୯୨ଟି ଏୟାରପୋର୍ଟ ଉଡାନ ଯୋଜନାରେ ସଂଯୋଗ କରାଯାଇଥିବା ବେଳେ ୨୦୪୭ ସୁଦ୍ଧା ଦେଶରେ ୩୫୦ ବିମାନ ବନ୍ଦର ହେବା ନେଇ ଯୋଜନା କରାଯାଇଛି । ତେବେ କେରଳ, ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ଓଡ଼ିଶାର ଚିଲିକାରେ ଆସନ୍ତା ଅକ୍ଟୋବରରୁ ସି ପ୍ଲେନ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଛି ।
ପୂର୍ବ ପ୍ରାନ୍ତ ରାଜ୍ୟ ଗୁଡ଼ିକର ବୈଠକ ଭିତରେ ଓଡିଶାରେ ବିମାନ ସେବାକୁ ନେଇ ହୋଇଥିଲା ସ୍ୱତନ୍ତ୍ର ଆଲୋଚନା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ପରିବହନ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ । କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଟ୍ରେନିଂ ଦିଆଯିବା ନେଇ ଏୟାର ୱାର୍କ ସହ ଚୁକ୍ତି ସ୍ଵାକ୍ଷର ହୋଇଛି । ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ଏକ ବିମାନ ମରାମତି କେନ୍ଦ୍ର ସ୍ଥାପନ ସହ ଢେଙ୍କାନାଳର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କମ ଖର୍ଚ୍ଚରେ ହେଲିକେପ୍ଟରରେ ବୁଲିବାକୁ ହେଲି ଟେକ୍ସି ସେବା ଆରମ୍ଭ ପାଇଁ ଯୋଜନା କରାଯାଉଥିବା କହିଥିଲେ ପରିବହନ ମନ୍ତ୍ରୀ ।
ବିମାନଯାତ୍ରା ବେଳେ ଶସ୍ତା ଖାଦ୍ୟପାନୀୟର ଉପଲବ୍ଧି ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଉଡ଼ାନ ଯାତ୍ରୀ କାଫେର ଉଦଘାଟନ କରିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ। ପୂର୍ବରୁ କଲିକତା, ଚେନ୍ନାଇ, ଅହମଦାବାଦ ଓ ପୁନେ ବିମାନ ବନ୍ଦରରେ ଏପରି ବ୍ୟବସ୍ଥା ଅଛି । ଭୁବନେଶ୍ୱରର ବିମାନ ବନ୍ଦରରେ ଖୁବ ଶୀଘ୍ର ଟର୍ମିନାଲ ୩ ନିର୍ମାଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
Discover more from Emerging Odisha
Subscribe to get the latest posts sent to your email.