ଭୁବନେଶ୍ୱର,୨୬ା୮:ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଇଞ୍ଜିନିୟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ସୋମବାର ଗିରଫ କରିଛି। ସେହେଲେ ଭୁବନେଶ୍ୱରରେ ରହୁଥିବା ଆନ୍ଧ୍ରପ୍ରଦେଶ କାକିନାଡ଼ାର ସୂର୍ଯ୍ୟସତ୍ୟ ତାଲହାରୀ(୩୦)। କୋର୍ଟ ଚାଲାଣ ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନାନୁଯାୟୀ, ସୂର୍ଯ୍ୟସତ୍ୟ କିଛିଦିନ ପୂର୍ବରୁ ଏକ ଡେଟିଂ ଆପ୍ ଜରିଆରେ ପୀଡ଼ିତା ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ସୂର୍ଯ୍ୟସତ୍ୟ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ବିଭିନ୍ନ ସମୟରେ ଏକାଧିକ ହୋଟେଲରେ ନେଇ ସମ୍ପର୍କ ରଖିବାବେଳେ ସୂର୍ଯ୍ୟସତ୍ୟ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇ ରଖିଥିଲେ। ପୀଡ଼ିତା ଜଣକ ତାଙ୍କୁ ବିବାହ ଲାଗି କହିବାରୁ ସେ ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଫଟୋ ଓ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ୍ ଦେଇଥିଲେ। ଏନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ସୂର୍ଯ୍ୟସତ୍ୟଙ୍କୁ ଗିରଫ କରିଛି।
Discover more from Emerging Odisha
Subscribe to get the latest posts sent to your email.