ଫସଲ ଜଗିବା ହେଲା କାଳ: ଦମ୍ପତିଙ୍କୁ ଦଳିଦେଲା ବଣୁଆ ହାତୀ

Spread the love

ପାଇକମାଳ: ଫସଲ ଜଗିବା ହେଲା କାଳ। ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ। ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଳି ଏକ ଅଘଟଣ। ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ। ସବୁଦିନ ପରି ଗତକାଲି ରାତିରେ ଦମ୍ପତି  ରାତିରେ ଫସଲ ଜଗିଥିଲେ।

ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ। ସବୁଦିନ ପରି ଗତକାଲି ରାତିରେ ଦମ୍ପତି  ରାତିରେ ଫସଲ ଜଗିଥିଲେ। ଆଜି ସକାଳେ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଜି ସକାଳେ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading