ପିପିଲିରେ ଅଜଣା ଜନ୍ତୁ ଆତଙ୍କ, ଗାଁଲୋକ ଭୟଭୀତ

Spread the love

ପିପିଲି : ପିପିଲି ମଙ୍ଗଳପୁରରେ ଅଜଣା ଜନ୍ତୁ ଆତଙ୍କ । ଜନ୍ତୁଙ୍କୁ ଜଗିଛନ୍ତି ଶତାଧିକ ଲୋକ ।  ହାତରେ ଠେଙ୍ଗାବାଡ଼ି ଓ ଟର୍ଚ୍ଚ ଧରି ଖୋଜାଚାଲିଛି ଅଜଣାଜନ୍ତୁ । ଗତକାଲି ରାତିରେ ବନ୍ୟଜନ୍ତୁକୁ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ଏହା ମହାବଳ ଶାବକ । ଜନ୍ତୁଟିର ଦେହରେ ହଳଦିଆ ପଟାଦାଗ ଥିବା ବେଳେ ଉଚ୍ଚତା ଅଢେଇ ଫୁଟ ହେବ ବୋଲି କହୁଛନ୍ତି ।  ଯାହାକୁ ନେଇ ଗାଁରେ ବାଘ ଆତଙ୍କ ସୃଷ୍ଟି ହୋଇଛି । କିନ୍ତୁ ବନ କର୍ମଚାରୀ ଏହାକୁ ଅଜଣା ଜନ୍ତୁ ବୋଲି କହୁଛନ୍ତି ।

ତେବେ ଏ ଅଜଣା ଜନ୍ତୁକୁ ନେଇ ଗାଁଲୋକ ଭୟାଭୀତ ହୋଇଛନ୍ତି । ଗୃହପାଳିତ ପଶୁ ଓ ଛୋଟ ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆଜି ସକାଳ ପର୍ଯ୍ୟନ୍ତ ଗାଁର କୌଣସି ବ୍ୟକ୍ତି ଘରୁ ବାହାରି ନ ଥିଲେ। ଗାଁ ଦାଣ୍ଡ ଏକ ପ୍ରକାର ଶୂନଶାନ ହୋଇଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading