ଆମେରିକାକୁ ଜୟଶଙ୍କରଙ୍କ କଡା କଟାକ୍ଷ
କହିଲେ ଯଦି ଭାରର ଖରାପ , ତେବେ ତେଲ କିଣନି
ଭାରତ କାହାରିକୁ ଜବରଦସ୍ତି କରିନି
ଟ୍ରମ୍ପକୁ ମୁହଁତୋଡ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତ ଉପରେ ଆମେରିକାର ଟାରିଫ ୱାରକୁ ନେଇ ଆମେରିକା ଏବଂ ୟୁରୋପକୁ ଦେଇଛନ୍ତି କଡା ଜବାବ । ଆମେରିକାକୁ ସିଧାସିଧା କହିଛନ୍ତି , ଯଦି ତୁମକୁ ଭାରତ ପସନ୍ଦ ନୁହେଁ, ତେବେ ଭାରତଠାରୁ ବିଶୋଧିତ ତେଲ କିଣିବା ପ୍ରଥମେ ବନ୍ଦ କର । ଭାରତ କୌଣସି ଦେଶକୁ ଜବରଦସ୍ତି କରିନାହିଁ ।
ଗତକାଲି ଗଣମାଧ୍ୟମର ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେଠାରେ ତାଙ୍କୁ ଋଷରୁ ଭାରତ ତେଲ କିଣିବା ଉପରେ ଆମେରିକା ପକାଇଥିବା ଚାପ ଉପରେ ପ୍ରଶ୍ନ ପଚରାଯାଇଥିଲା। ଆଉ ଏହାକୁ ନେଇ ଆମେରିକାକୁ କଟାକ୍ଷ କରିଛନ୍ତି ଜୟଶଙ୍କର । ଋଷଠାରୁ ଅଶୋଧିକ ତେଲ କିଣିବାରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି ଆମେରିକା । ଏଥିରେ ଜୟଶଙ୍କର କହିଛନ୍ତି, ଆମେରିକାର ଏହି ଟାରିଫ ମାଡରେ ଆଦୌ ଦବିଯିବନି ଭାରତ । ଯଦି ତାଙ୍କୁ ଲାଗୁଛି ଭାରତ ଭୁଲ, ତେବେ ଭାରତ ଋଷିଆରୁ କିଣୁଥିବା ଅଶୋଧିତ ତେଲକୁ ବିଶୋଧିତ ଆକାରରେ ଯେତେବେଳେ ରପ୍ତାନୀ କରୁଛି, ସେତେବେଳେ ଭାରତ ଠାରୁ ମଧ୍ୟ ଆମେରିକା ନକିଣିବା ଉଚିତ । କାରଣ ଭାରତ କେବେ କୌଣସି ଦେଶକୁ ବାଧ୍ୟ କରିନାହିଁ , ଆମ ଦେଶରୁ ବିଶୋଧିତ ତେଲ ନେବାପାଇଁ । ୟୁରୋପ ଆଉ ଆମେରିକା ତେଲ କିଣିବାକୁ ଚାହୁଁଥିବାରୁ ଭାରତ ରପ୍ତାନୀ କରୁଛି ।
ଭାରତ ଋଷରୁ କିଣୁଥିବା ଅଶୋଧିତ ତେଲକୁ ବିଶୋଧିତ କରି ପେଟ୍ରୋଲ ,ଡିଜେଲ , ଫଏଲ, ଗ୍ୟାସୋଲିନ ଆକାରରେ ଅନ୍ୟ ଦେଶ ଯେପରି ଆମେରିକା ୟୁରୋପ ଭଳି ଦେଶକୁ ରପ୍ତାନୀ କରିଥାଏ । କିନ୍ତୁ ଭାରତ କାହାକୁ ଜବରଦସ୍ତି କରିନାହିଁ କିଣିବା ପାଇଁ । କିନ୍ତୁ ସବୁଠୁ ହାସ୍ୟାସ୍ପଦ କଥା ହେଉଛି , ଗୋଟେ ବିଜନେସରେ ଖୁବ୍ ପ୍ରବିଣ ଥିବା ଦେଶର ଲୋକ ଅନ୍ୟ ବିଜନେସ କରୁଥିବା ଦେଶ ଉପରେ ଆରୋପ ଲଗାଉଛନ୍ତି ।
ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଋଷ ତେଲର ସବୁଠାରୁ ବଡ କ୍ରେତା ଭାରତ ନୁହେଁ ବରଂ ଚୀନ । ହେଲେ ଆଶ୍ଚର୍ଯ୍ୟଜନକ ଯେ ଚୀନ ଉପରେ ଏପର୍ଯ୍ୟନ୍ତ କୌଣସି ଶୁଳ୍କ ଲଗାଇନି ଆମେରିକା । କେବଳ ଅଯଥାରେ ଭାରତ ଉପରେ ଶୁଳ୍କ ଲଗାଇଛି । ଅନ୍ୟଦେଶମାନେ ମଧ୍ୟ ଋଷଠାରୁ ତେଲ କିଣୁଥିବା ବେଳେ ଆମେରିକା କେବଳ ଭାରତ ନିଶାନା ଲଗାଇବା ନୈରାଶଜନକ ।
ପୂର୍ବରୁ ମଧ୍ୟ ଋଷରେ ଜୟଶଙ୍କର ସ୍ପଷ୍ଟ କରିଥିଲେ ଯେ, ଋଷରୁ ତେଲ କିଣୁଥିବା ଭାରତ କେବଳ ଗୋଟିଏ ଦେଶ ନୁହେଁ । କିନ୍ତୁ ଭାରତକୁ ରୁଷଠାରୁ ତେଲ କିଣିବା ବିଷୟରେ ଆମେରିକା ଧମକ ଦେବା ଆଶ୍ଚର୍ଯ୍ୟଜନକ। କାରଣ ପୂର୍ବରୁ ଆମେରିକା ଅଧିକାରୀ ମାନେ ଆମକୁ କହିଥିଲେ ଋଷରୁ ତେଲ କିଣିବା ପାଇଁ, ଯାହାଦ୍ଵାରା ଦୁନିଆର ତୈଳ ବଜାର ସ୍ଥିର ରହିବ । ହେଲେ ଏବେ ଓଲଟା ଆମକୁ ହିଁ ଦୋଷ ଦେଉଛନ୍ତି । ଆଉ ସେପଟେ ଆମେରିକା ଋଷ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଉଛି । ଏହା ଟ୍ରମ୍ଫଙ୍କର ଦୋମୁହାଁ ନୀତିକୁ ଦର୍ଶାଉଛି ।
ଜୟଶଙ୍କର କହିଛନ୍ତି ଆମେରିକାର ଏପରି ଅନ୍ୟାୟ, ଅସଙ୍ଗତ, ଅନୁଚିତ ଚୁକ୍ତିନାମା ଉପରେ ଭାରତ ସଠିକ ସମୟରେ ସଠିକ ପଦକ୍ଷେପ ନେବ ।
Discover more from Emerging Odisha
Subscribe to get the latest posts sent to your email.