ମାଙ୍କଡ଼କୁ ମାରୁ ମାରୁ ସ୍ତ୍ରୀ ଦେହରେ ବାଜିଲା ଗୁଳି, SCB ସ୍ଥାନାନ୍ତର

Spread the love

ଭଣ୍ଡାରିପୋଖରୀ: ଟାର୍ଗେଟ୍‌ରେ ଥିଲା ମାଙ୍କଡ଼, ହେଲେ ସ୍ତ୍ରୀ ଦେହରେ ବାଜିଲା ଗୁଳି । ସ୍ଵାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ବାଙ୍ଗରପଦି ଗାଁରେ । ଗୁରୁତର ମହିଳା ଜଣଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


ତେବେ ମାଙ୍କଡ଼କୁ ମାରୁ ମାରୁ ସ୍ତ୍ରୀ ଦେହରେ ଗୁଳି ବାଜିଲା ନା ପାରିବାରିକ କଳହକୁ ନେଇ ସ୍ଵାମୀ ଗୁଳିମାଡ଼ କରିଛି ? ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଗୁଳିମାଡ଼ରେ ଆହତ ରୁନୁରାଣୀଙ୍କ ବାପା ଥାନାରେ ଦେଇଥିବା ଏତଲାରେ ଲେଖିଛନ୍ତି, ଜ୍ଵାଇଁ ମାଙ୍କଡ଼କୁ ଗୁଳି ମାରିବା ବେଳେ ଝିଅ ଦେହରେ ବାଜିଛି । ଗୁରୁତର ରୁନୁରାଣୀ ମଧ୍ୟ ସମାନ କଥା କହିଛନ୍ତି ।


ଗୁରୁତର ରୁନୁରାଣୀଙ୍କ ପ୍ରତିକ୍ରିୟା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମତ ମିଶୁନି । କୌଣସି ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରକୁ ସ୍ଵାମୀ ଗୁଳିମାଡ଼ କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ତେବେ ଗୁଳିମାଡ଼ କରାଯାଇଥିବା ବନ୍ଧୁକଟିର ଲାଇସେନ୍ସ ରୁନୁରାଣୀଙ୍କ ସ୍ଵାମୀ ଦେବାଶିଷ ମହାପାତ୍ରଙ୍କ ନାଁରେ ରହିଛି । ବନ୍ତ ପୋଲିସ ବନ୍ଧୁକକୁ ଜବତ କରି ତଦନ୍ତ କରୁଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading