ସମ୍ବଲପୁରରେ ମହାନଦୀକୁ ଡେଇଁପଡିଲେ ଯୁବତୀ : କାହିଁକି ଡେଇଁଲେ, କାରଣ ଅସ୍ପଷ୍ଟ

Spread the love

ମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଉଁପଡିଛନ୍ତି ଯୁବତୀ । ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ଏବଂ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ କିଛି ସୂଚନା ମିଳିପାରିନାହିଁ   ।   ବ୍ରିଜ ଉପରୁ ଏକ ବ୍ୟାଗ ଉଦ୍ଧାର ହୋଇଛି ।   ବ୍ୟାଗରେ ନବମ ଶ୍ରେଣୀ ପ୍ରଶ୍ନପତ୍ର ରହିଛି ।  ବ୍ୟାଗରୁ ପ୍ରଶ୍ନପତ୍ର ମିଳିଥିବାରୁ ସେ ନବମ ଶ୍ରେଣୀର ଛାତ୍ରୀ ବୋଲି ସନ୍ଦେହ କରାଯାଉଛି  ।   ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପାୱାର ବୋଟ ସାହାଯ୍ୟରେ ଅଗ୍ନିଶମ ଟିମ ନଦୀରେ ଖୋଜାଖୋଜି କରୁଛନ୍ତି ।  ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।    ଯୁବତୀ କିଏ, କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading