ନାବାଳିକା ପ୍ରେମିକାଙ୍କ ତଣ୍ଟିକାଟି ବିଷ ପିଇଦେଲେ ଯୁବକ

Spread the love

ନାବାଳିକା ପ୍ରେମିକାଙ୍କ ତଣ୍ଟି କାଟିବା ପରେ ବିଷ ପିଇ ଦେଇଛନ୍ତି ଜଣେ ଯୁବକ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବଲାଙ୍ଗିର ସଦର ଥାନା ମାୟାବର୍ହା ଗାଁରେ।

ଯୁବକଙ୍କ ନାଁ ହଳଧର ବରିହା। ତାଙ୍କ ଘର ଲରମ୍ଭା ଥାନା ପଣ୍ଡ୍ରିପାଏନ ଗାଁରେ। ନାବାଳିକାଙ୍କ ଘର ମାୟାବର୍ହାରେ। ଉଭୟ ସଂପର୍କୀୟ ମଧ୍ୟ।

ଗତକାଲି ରାତିରେ ହଳଧର ଉକ୍ତ ନାବାଳିକାଙ୍କ ଘରକୁ ଯାଇଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ଘରେ ଅନ୍ୟ କେହି ନଥିବା ବେଳେ ନାବାଳିକାଙ୍କ ସହିତ ଯୁବକଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ କୌଣସି ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲେ।

ନାବାଳିକାଙ୍କୁ ପରିବାର ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ନାବାଳିକାଙ୍କ ତଣ୍ଟି କାଟି ଯୁବକ ଜଣଙ୍କ ତାଙ୍କ ଗାଁ ପଣ୍ଡ୍ରିପାଏନକୁ ଫେରି ଆସିଥିଲେ। ଗାଁରେ ପହଞ୍ଚିବା ପରେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।

ବଲାଙ୍ଗିର ସଦର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପ୍ରେମ ସମ୍ପର୍କରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading