ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ପୁଟିନଙ୍କ ତିନି ସର୍ତ୍ତ

Spread the love

ୟୁକ୍ରେନ ସହ ଯୁଦ୍ଧବିରତି ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତିନି ସର୍ତ୍ତ ରଖିଛନ୍ତି । ୟୁକ୍ରେନକୁ ପୂର୍ବ ଡନବାସ ଅଞ୍ଚଳର ସମସ୍ତ ଭାଗ ଛାଡ଼ିଦେବାକୁ କହିଛନ୍ତି ପୁଟିନ । ଏଥିସହ ନାଟୋରେ ଯୋଗଦେବାର ଆକାଂକ୍ଷାକୁ ତ୍ୟାଗ କରିବା ସର୍ତ୍ତ ରଖିଛନ୍ତି ।  ନିରପେକ୍ଷ ରହିବା ସହ ପଶ୍ଚିମ ଦେଶମାନଙ୍କର ସୈନ୍ୟଙ୍କୁ ନିଜ ଦେଶରୁ ଦୂରରେ ରଖିବାକୁ ସର୍ତ୍ତ ରଖିଛନ୍ତି । କ୍ରେମଲିନର ଉଚ୍ଚସ୍ତରୀୟ ତିନି ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ରିପୋର୍ଟ କରିଛି ।

ଚାରି ବର୍ଷ ପରେ ଗତ ଶୁକ୍ରବାର ରୁଷ ରାଷ୍ଟ୍ରପତି ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଯୁଦ୍ଧବିରତି ନେଇ ସେମାନେ ପ୍ରାୟ ତିନି ଘଣ୍ଟାର ବନ୍ଦ ବୈଠକରେ ନେଇ ଆଲୋଚନା କରିଥିଲେ । ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ପୁଟିନ କହିଥିଲେ ଯେ ଏହି ବୈଠକ ୟୁକ୍ରେନରେ ଶାନ୍ତିର ପଥ ଖୋଲିବ ବୋଲି ଆଶା କରାଯାଉଛି । କିନ୍ତୁ ଉଭୟ ନେତା ସେମାନେ କ’ଣ ଆଲୋଚନା କରିଥିଲେ ତାହାର ବିସ୍ତୃତ ବିବରଣୀ ଦେଇନଥିଲେ । ଏବେ ଏନେଇ ରିପୋର୍ଟ ସାମ୍ନାକୁ ଆସିଛି। ଯୁଦ୍ଧ ବିରତି ପାଇଁ ପୁଟିନ ତିନିଟି ସର୍ତ୍ତ ରଖିଥିବା କୁହାଯାଉଛି । 
ୟୁକ୍ରେନ୍‌ ସହ ଯୁଦ୍ଧବିରତି ପାଇଁ ପୁଟିନ ତିନି ସର୍ତ୍ତ 
ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟ୍ରମ୍ପଙ୍କୁ ତିନି ଦାବି ଜଣାଇଛନ୍ତି
ୟୁକ୍ରେନକୁ ପୂର୍ବ ଡନବାସ ଅଞ୍ଚଳର ସମସ୍ତ ଭାଗ ଛାଡ଼ିଦେବାକୁ କହିଛନ୍ତି ପୁଟିନ
ୟୁକ୍ରେନକୁ ନାଟୋରେ ଯୋଗଦେବାର ଆକାଂକ୍ଷାକୁ ତ୍ୟାଗ କରିବା ସର୍ତ୍ତ ରଖିଛନ୍ତି
ପଶ୍ଚିମ ଦେଶମାନଙ୍କର ସୈନ୍ୟଙ୍କୁ ୟୁକ୍ରେନରୁ ଦୂରରେ ରଖିବାକୁ ସର୍ତ୍ତ ରଖିଛନ୍ତି 
କ୍ରେମଲିନର ଉଚ୍ଚସ୍ତରୀୟ ତିନି ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି
ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ରିପୋର୍ଟ ପ୍ରକାଶ କରିଛି
ଚାରି ବର୍ଷ ପରେ ଗତ ଶୁକ୍ରବାର ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିଥିଲେ ପୁଟିନ
ଯୁଦ୍ଧବିରତି ନେଇ ସେମାନେ ପ୍ରାୟ ତିନି ଘଣ୍ଟାର ଆଲୋଚନା କରିଥିଲେ
କିନ୍ତୁ ଉଭୟ ନେତା କ’ଣ ଆଲୋଚନା କରିଥିଲେ, ବିସ୍ତୃତ ବିବରଣୀ ଦେଇନଥିଲେ
ଏବେ ଯୁଦ୍ଧ ବିରତି ପାଇଁ ପୁଟିନ ତିନିଟି ସର୍ତ୍ତ ରଖିଥିବା କୁହାଯାଉଛି


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading