ସୁସ୍ଥ ହୋଇ ନବୀନନିବାସରେ ପହଞ୍ଚିଲେ ବିଜେଡି ସୁପ୍ରିମୋ

Spread the love

ଭୁବନେଶ୍ବର: ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଅଧିକ ସୁସ୍ଥ ଅନୁଭବ କରିଛନ୍ତି। ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଆଜି ଡାକ୍ତର ଡିସଚାର୍ଜ କରିଛନ୍ତି। ନବୀନ ପଟ୍ଟନାୟକ ଆଜି ରାତିରେ ଡାକ୍ତରଖାନାରୁ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି।

ନବୀନ ପଟ୍ଟନାୟକ ଡାକ୍ତରଖାନାରୁ ସିଡଚାର୍ଜ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ମନରେ ଉତ୍ସାହ ବଢ଼ିଛି। ଆସନ୍ତାକାଲି ଦିନତମାମ ବିଜେଡି ନେତାଙ୍କର ଭିଡ଼ ଲାଗିବାର ଆଶଙ୍କା ରହିଛି। ପୂର୍ବରୁ ନବୀନ କହିଥିଲେ, ମୋତେ ଦେଖିବାକୁ ଚାହୁଁଥିରେ ନବୀନ ନିବାସ ଆସନ୍ତୁ। 

ସୂଚନାଯୋଗ୍ୟ, ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୭ ତାରିଖ ଦିନ ଡିହାଇଡ୍ରେସନ୍‌ ଯୋଗୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶୁ ଆରୋଗ୍ୟ କାମନା କରିଥିଲେ। ବିଜେଡି ସରକାରରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ବରି ବିଧାୟକ ବିଶ୍ବରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ବରୂପ ଦାସ, ପ୍ରଣବ ବଳବନ୍ତ ରାୟ, ଭୁବନେଶ୍ବର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ପ୍ରମୁଖ ନବୀନଙ୍କୁ ଭେଟିଥିଲେ। ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା, ବିରୋଧୀ ଦଳର ନେତା, ସମର୍ଥକ ଓ ପ୍ରଶଂସକ ଡାକ୍ତରଖାନାରେ ଭେଟିବା ପାଇଁ ଯାଇଥିଲେ। ସେହିପରି ସମର୍ଥକ ଓ ପ୍ରଶଂସକମାନେ ପ୍ରଭୁ ଜନ୍ନାନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading