ପୁରୀରେ ରିକ୍ସା ଚାଳକର ଆତଙ୍କ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

Spread the love

ପୁରୀ: ପୁରୀରେ ରିକ୍ସା ଚାଳକର ଆତଙ୍କ ।  ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ ହୋଇଛି ।  ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଘଟିଛି ଏଭଳି ଘଟଣା ।  ଆକ୍ରମଣର ଶୀକାର ରଘୁନାଥ ପଟ୍ଟନାୟକଙ୍କ ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି । ପୋଲିସ ରକ୍ତାକ୍ତ ଅବସ୍ଥାରେ ରଘୁନାଥଙ୍କୁ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଆକ୍ରମଣକାରୀ ରିକ୍ସା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଟାଉନ ଥାନା ପୋଲିସ ଘଟଣାସ୍ଥଳ ଏବଂ ହସ୍ପିଟାଲକୁ ଯାଇ ତଦନ୍ତ ଚଳାଇଥିବା ବେଳେ ରିକ୍ସା ଚାଳକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି । ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସହରରେ ଆଇନଜୀବୀଙ୍କୁ ରିକ୍ସା ଚାଳକ ଆକ୍ରମଣ କରିବା ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ପର୍ଯ୍ୟଟନ ସହର ପୁରୀରେ ଏଭଳି ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading