ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର, ପିକଅପ ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Spread the love

ଭଦ୍ରକ : ଜାତୀୟ ରାଜପଥରେ ଜଳିଲା ଗୋ-ଚାଲାଣ ଗାଡ଼ି । ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର ।  ୧୬ ନଂ NHର ନଳାଙ୍ଗ ନିକଟରେ ବେଆଇନଭାବେ ଗୋଚାଲାଣର ଖବର ପାଇ ପିକଅପ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଗାଡ଼ିରୁ୧୨ଟି ଗୋରୁଙ୍କୁ ଉଦ୍ଧାର କରିବା ପରେ ଗାଡ଼ିକୁ ଜାଳିଦେଲେ ।  ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

କୌଣସି ସୂତ୍ରେ ଖବରପାଇ ସ୍ଥାନୀୟ ଗୋ-ସେବକମାନେ ଗୋରୁ ବୋଝେଇ ଗାଡିକୁ ନଳାଙ୍ଗ ଛକରେ ଥିବା ଏକ ପେଟ୍ରୋଲ ପମ୍ପ ସମୁଖ ରାସ୍ତାରେ ଅଟକାଇଥିଲେ ।  ଗାଡ଼ିରୁ ୧୨ ଗୋଟି ଗୋରୁଙ୍କୁ ଉଦ୍ଧାର ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଦୀର୍ଘ ଘଣ୍ଟାଏ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା । ଖବରପାଇ ଗ୍ରାମାଞ୍ଚଳ ପୋଲିସଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading