ଏଇ ଭାରତରେ

Spread the love

ସମାଜରେ କୌଣସି କ୍ଷେତ୍ରରେ ପରିବତ୍ତର୍ର୍ନ କେବଳ ବଡ଼ ସଙ୍ଗଠନ କିମ୍ବା ବୃହତ୍‌ କମ୍ପାନୀଗୁଡ଼ିକ ଦ୍ୱାରା ହୋଇ ନ ଥାଏ, ବରଂ ବ୍ୟକ୍ତିଗତ ଉଦ୍ୟମରେ ଏହା ସମ୍ଭବ ହୋଇପାରେ। ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସିକିମ୍‌ରେ। ସେଠାରେ ଏକ ସ୍କୁଲର ଭବିଷ୍ୟତ ବଦଳାଇ ଦେଇଛନ୍ତି ଅଶ୍ୱିନୀ ଥାପା। ୩୦ ଦିନ ମଧ୍ୟରେ ସେ ରିଲ୍‌ ପ୍ରସ୍ତୁତକରି ବିଭିନ୍ନ ଉତ୍ସରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଦାନ ଆକାରରେ ଯୋଗାଡ଼ କରିଛନ୍ତି ସ୍କୁଲ ପାଇଁ। ବିଶେଷକରି ପିଲାମାନଙ୍କ ଅଭାବକୁ ନେଇ ସେ ପ୍ରସ୍ତୁତ କରିଥିବା ଭିଡିଓଗୁଡ଼ିକ ଅନ୍ୟମାନଙ୍କ ହୃଦୟକୁ ଛୁଇଁପାରିଥିଲା। ପାଇଥିବା ଟଙ୍କାରେ ସେ ସିକିମ୍‌ର ସର୍ଣ୍ଡୋଙ୍ଗ ଗାଁର ଗ୍ରେସ୍‌ ଏକାଡେମୀ ନାମକ ସ୍କୁଲର ଅନେକ ବିକାଶ କରିଛନ୍ତି। ଏହି ସ୍କୁଲକୁ ପର୍ବତାରୋହୀଙ୍କୁ ଗାଇଡ୍‌ କରୁଥିବା ଲପକା ଧଭା ଶେର୍‌ପା ପ୍ରତିଷ୍ଠା କରିଥିଲେ। ସେ ସ୍କୁଲ ପାଇଁ ତାଙ୍କ କ୍ୟାରିୟରକୁ ଛାଡ଼ିଦେଇଥିଲେ। ବିଶେଷକରି କୃଷକ, ଦିନ ମଜୁରିଆ ଓ ସିଙ୍ଗଲ ମଦରଙ୍କ ପିଲାଙ୍କୁ ପଢ଼ାଇବା ସକାଶେ ଶେର୍‌ପା ଏହି ସ୍କୁଲ ଆରମ୍ଭ କରିଥିଲେ । ଏପରିକି ସେ ତାଙ୍କ ଘରକୁ ହଷ୍ଟେଲ କରିଦେଇଥିଲେ। ଏବେ ଏହି ସ୍କୁଲରେ ଅଶ୍ୱିନୀ ଲାଇବ୍ରେରି, କମ୍ପ୍ୟୁଟର ଲାବ୍‌, ବିଶୁଦ୍ଧ ପିଇବା ପାଣି, ଆଲୋକ ବ୍ୟବସ୍ଥା କରିପାରିଛନ୍ତି। ବିଶେଷକରି ପିଲାମାନଙ୍କ ଅଭାବକୁ ନେଇ ସେ ପ୍ରସ୍ତୁତ କରିଥିବା ଭିଡିଓଗୁଡ଼ିକ ଅନ୍ୟମାନଙ୍କ ହୃଦୟକୁ ଛୁଇଁପାରିଥିଲା।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading