ନାବାଳିକାକୁ ବିବାହ ଓ ନିର୍ଯାତନା ମାମଲା ; ଫେରାର ପୁଲିସ ଏସ୍‌ଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ

Spread the love

ଫେରାର ପୁଲିସ ଏସଆଇଙ୍କୁ ବାନ୍ଧିଲା ଜଗତସିଂହପୁର ପୁଲିସ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଅଭିଯୁକ୍ତ ପୁଲିସ ଏସଆଇ ଅମିତ ପାଢ଼ୀ ଗିରଫ । ଅମିତଙ୍କ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ନେଇ ସୂଚନା ମଳିଛି । ଜଗତସିଂହପୁର ଜିଲ୍ଲାରେ ଜଣେ ନାବାଳିକାଙ୍କ ସହ ଫେସବୁକରେ ଅମିତଙ୍କ ପରିଚୟ ହୋଇଥିଲା । ପରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ପ୍ରେମ ଜାଲରେ ଫସାଇ ଝିଅ ଘର ଲୋକଙ୍କ ଅଗୋଚରରେ ବାଲ୍ୟ ବିବାହ କରିଥିଲେ । ଏହା ପରେ ହୋଟେଲରେ ମଧ୍ୟ ବିବାହ କରିଥିଲେ ।

ବିବାହର କିଛି ମାସ ପରେ ସ୍ୱାମୀ, ଶାଶୁ ଓ ଶଶୁର ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥଲେ ।  ମାଡ଼ ମାରି ଘରୁ ତଡ଼ି ଦେଇଥିବା ନେଇ ପିଡ଼ିତାଙ୍କ ମା’ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ନିଲମ୍ବିତ କରିଥିଲା ପୁରୀ ପୁଲିସ । କିନ୍ତୁ ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅମିତଙ୍କୁ ଗିରଫ କରୁନଥିବା ଅଭିଯୋଗ କରିଥିଲେ ପିଡିତାଙ୍କ ମା ’। ଏନେଇ ଖବର ପ୍ରସାରଣ ପରେ ଶେଷରେ ଅଭିଯୁକ୍ତ ପୁଲିସ ଏସଆଇଙ୍କୁ ଗିରଫ କରିଛି ପୁଲିସ । ରାଜ୍ୟ ବାହାରୁ ସ୍ପେସାଲ ସ୍କ୍ୱାର୍ଡ ଧରିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି । ପୁଲିସ ବାବୁ ଜଣକ ହେଲେ ଅମିତ ପାଢ଼ୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନାରେ ଘର । ପୁରୀରେ ଏସଆଇ ଭାବେ ସେ କାର୍ଯ୍ୟା କରୁଥିଲେ । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading