କଟକ: କଟକରେ ଲଜ୍ଜା । ଅଟୋ ଭିତରେ ଅସଦାଚରଣ । ଅଟୋରିକ୍ସା ଭିତରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ ୧୬ ରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଏନେଇ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି । ଗତ ୮ ତାରିଖରେ ଘଟିଛି ଘଟଣା ।
ନାବାଳିକା ଜଣକ ନିଜ ବାନ୍ଧବୀ ସହ ଜଗତପୁରରୁ କଟକ ଆସିଥିଲେ । କାମ ସାରି ଫେରିବାବେଳେ ଅସଦାଚରଣର ଶୀକାର ହୋଇଥିଲେ । ନାବାଳିକାଙ୍କ ବାନ୍ଧବୀ ଅଟୋରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିବା ବେଳେ, ଅଟୋ ଚାଳକ ପଛ ସିଟ୍ କୁ ଆସି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଟୋ ଚାଳକକୁ ଖୋଜୁଛି କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରାଯାଉଛି ।
Discover more from Emerging Odisha
Subscribe to get the latest posts sent to your email.