ସମ୍ବଲପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

Spread the love

ସମ୍ବଲପୁର: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଂଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି ।  ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଖବର ଅନୁଯାୟୀ, ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।  ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି । ତେବେ ଅଭିଯୋଗ ପରେ ଯୁଯୁମୁରା ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ୪ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।  ହେଲେ ବାକି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଫେରାର ଥିବା ଅଭିଯୁକ୍ତ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading