ଦିଲ୍ଲୀରେ ଲଜ୍ଜା; ନିଜ ମା’ଙ୍କ ସହ ଦୁଷ୍କର୍ମ କଲା ୩୯ ବର୍ଷୀୟ ପୁଅ

Spread the love

ନୂଆଦିଲ୍ଲୀ: ସେଣ୍ଚ୍ରାଲ ଦିଲ୍ଲୀର ହୌଜ କାଜୀ ଅଞ୍ଚଳରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୩୯ ବର୍ଷୀୟ ଯୁବକ ନିଜ ମା’ଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୁକ୍ତ ମହମ୍ମଦ ଫିରୋଜ ଉର୍ଫ ସୁହେଲ ନିଜ ମା’ଙ୍କୁ ସାଉଦି ଆରବରୁ ତୀର୍ଥଯାତ୍ରାରୁ ଫେରିବା ପରେ ଏହି ଜଘନ୍ୟ ଅପରାଧ କରିଥିବା ପୋଲିସ ସୂଚନା ଦେଇଛି।

ପୋଲିସ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ପୀଡ଼ିତା ରବିବାର ତାଙ୍କ ୨୫ ବର୍ଷୀୟ ଝିଅଙ୍କ ସହ ହୌଜ କାଜୀ ଥାନାରେ ପହଞ୍ଚି ତାଙ୍କ ସହ ଯୌନ ନିର୍ଯାତନା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ତାଙ୍କୁ ଏହି ମାସରେ ଏକାଧିକ ଥର ଆକ୍ରମଣ ଓ ଯୌନ ନିର୍ଯାତନା କରିଛି ବୋଲି ସେ ଏହି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ମହିଳା ଜଣେ ଅଳ୍ପ ଶିକ୍ଷିତା ଗୃହିଣୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ (୭୨ ବର୍ଷ) ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବୋଲି ଜଣାପଡିଛି। ସେହିଭଳି ଅଭିଯୁକ୍ତ ଜଣକ ସ୍ନାତକ ପାସ୍ କରିବା ପରେ ବର୍ତ୍ତମାନ ବେକାର ଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ମହିଳା ତାଙ୍କ ସ୍ୱାମୀ ଓ ଝିଅଙ୍କ ସହ ଗତ ଜୁଲାଇ ୨୫ ତାରିଖରେ ତୀର୍ଥଯାତ୍ରା ପାଇଁ ସାଉଦି ଆରବ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କ ବାପାଙ୍କ ଫୋନରେ କଲ କରି ମା’ଙ୍କ ବିରୁଦ୍ଧରେ ‘ଖରାପ ଚରିତ୍ର’ର ଅଭିଯୋଗ ଲଗାଇ ତାଙ୍କୁ ତୁରନ୍ତ ଦିଲ୍ଲୀ ଫେରିଆସିବାକୁ କହିଥିଲେ। ଏହା ସହ ସେ ତାଙ୍କ ମା’ଙ୍କୁ ଛାଡ଼ପତ୍ର ଦେବାକୁ ବାପାଙ୍କ ନିକଟରେ ଦାବି କରିଥିଲେ।

ଗତ ଅଗଷ୍ଟ ୧ ତାରିଖରେ ପରିବାର ଲୋକ ତୀର୍ଥଯାତ୍ରା ସାରି ଘରକୁ ଫେରିବା ପରେ, ଅଭିଯୁକ୍ତ ତାଙ୍କ ମା’ଙ୍କୁ ଆକ୍ରମଣ କରିଥିଲା ଏବଂ ପରଦିନ ପୁନର୍ବାର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ନିଜ ସୁରକ୍ଷା ପାଇଁ ଭୟଭୀତ ହୋଇ ମହିଳା କିଛି ଦିନ ପାଇଁ ତାଙ୍କ ବଡ଼ ଝିଅର ଶାଶୁଘରକୁ ଚାଲିଯାଇ ସେଠାରେ ରହିଥିଲେ।

କିଛି ଦିନ ପରେ ଅର୍ଥାତ ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୯:୩୦ରେ ଉକ୍ତ ମହିଳା ଜଣଙ୍କ ଘରକୁ ଫେରିଥିଲେ। ଏହାପରେ ଅଭିଯୁକ୍ତ ଜଣଙ୍କ ତାଙ୍କ ମା’ଙ୍କ ସହ ଏକାନ୍ତରେ କଥା ହେବାକୁ ଜିଦ କରିଥିଲା। ସେ ତାଙ୍କୁ ଏକ କୋଠରୀରେ ତାଲା ଦେଇ, ଚାକୁ ଓ କଇଁଚି ଦେଖାଇ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ଭୟ ଓ ଲଜ୍ଜାରେ ମହିଳା ତୁରନ୍ତ ଏହି ଘଟଣା ପ୍ରକାଶ କରି ନଥିଲେ ଏବଂ ନିଜ ଝିଅଙ୍କ ସହ ଗୋଟିଏ କୋଠରୀରେ ଶୋଇବା ଆରମ୍ଭ କରିଥିଲେ।

ତଥାପି, ଗତ ଅଗଷ୍ଟ ୧୪ ତାରିଖ ଭୋର ପ୍ରାୟ ୩ଟା ୩୦ ସମୟରେ ଅଭିଯୁକ୍ତ ଜଣଙ୍କ ପୁନର୍ବାର ଏହି ଅପରାଧ କରିଥିଲା। ଯାହା ପରେ ମହିଳା ସାହସ ସଞ୍ଚୟ କରି ଏନେଇ ପୋଲିସରେ ଅଭିଯୋଗ ଦାୟର କରିଥିଲେ।

ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ସମ୍ବନ୍ଧିତ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading