ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ

Spread the love

ଭୁବନେଶ୍ୱର,୧୭/୦୮: ପୁରୀ ଜିଲ୍ଲା  ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର  ସିଂ ଓ ଗଞ୍ଜାମ ଛତ୍ରପୁର ଥାନା ଦେବାଶିଷ ମହାନ୍ତି  ନିଲମ୍ୱିତ ହୋଇଛନ୍ତି । ଉଭୟଙ୍କୁ ଡିଜିପି ୱାଇ. ବି ଖୁରାନିଆ ନିଲମ୍ୱନ କରିଛନ୍ତି । ସେମାନଙ୍କ  ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ଦୁଇ  ରେଞ୍ଜ ଆଇଜିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।  

ଇନ୍ସପେକ୍ଟର ରାଜେଶ କୋରାପୁଟ ଜିଲ୍ଲା  ଜୟପୁର ଟାଉନ୍‌ ଥାନାର ଏସ୍‌ଆଇ ଥିଲାବେଳେ  ଗଞ୍ଜେଇ ବେପାରକୁ ନେଇ ତାଙ୍କ ବିରୋଧରେ  ଏକ ମାମଲା ହୋଇଥିଲା । ଏହା ଭିତରେ ତାଙ୍କର  ପଦନ୍ନୋତି ହୋଇଥିଲା । ସେଠାରୁ ବଦଳି ହୋଇ  ପୁରୀ ଜିଲ୍ଳା ଅସ୍ତରଙ୍ଗ ଥାନାରେ ଥିଲେ । ତାଙ୍କ  ପତ୍ନୀ ଭିଜିଲାନ୍ସରେ ଅଛନ୍ତି । ସେଥିପାଇଁ ସେ  ଏକାଧିକ ବାର ଭିଜିଲାନ୍ସ ପଞ୍ଝାରୁ ବର୍ତ୍ତିଯାଇଛନ୍ତି । ଗତ ୧୩ ତାରିଖ ଦିନ ଜୟପୁର ଥାନା ପୁଲିସ୍‌  ଭୁବନେଶ୍ୱର ୟୁନିଟ୍‌-୨ କ୍ୱାର୍ଟର୍ସରୁ ରାଜେଶଙ୍କୁ  ଧରି କ୍ୟାପିଟାଲ ଥାନାକୁ ନେଇଥିଲା । ତାଙ୍କ  ଠାରୁ ଗଞ୍ଜେଇ ମାଫିଆଙ୍କର ଏକ କାର୍‌ ଜବତ  ହୋଇଥିଲା । ୧୪ ତାରିଖ ଦିନ କ୍ୟାପିଟାଲ  ଥାନାରୁ ସେ ଚମ୍ପଟ ମାରିଥିଲେ । ଏହି ଖବର  ଗଣମାଧ୍ୟମରେ ପ୍ରକାଶ ପରେ ଡିଜିପି ତାଙ୍କୁ  ନିଲମ୍ବିତ କରିଛନ୍ତି । କୋରାପୁଟ ଜିଲ୍ଳାରେ ଥିବା  ସମୟରେ ଗଞ୍ଜେଇ ବେପାରୀଙ୍କୁ ରାକେଶ  ସୁରକ୍ଷା ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର  କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୨୦୨୩ ଅଗଷ୍ଟ ୨୧ରେ ଅସ୍ତରଙ୍ଗ ଥାନାରେ  ଯୋଗ ଦେଇଥିଲେ। ସେ ୫ ଦିନ ପାଇଁ ଛୁଟି  ନେଇ ଭୁବନେଶ୍ୱର ସ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ ।  ୧୫ ଅଗଷ୍ଟରେ ଯୋଗଦାନ କରିଥାନ୍ତେ । କିନ୍ତୁ ଜୟପୁର ଟାଉନ୍‌ ଥାନା ଏକ ମାମଲାରେ  ପଚରାଉଚରା ବେଳେ ସେ କ୍ୟାପିଟାଲ ଥାନାରୁ  ଫେରାର ହୋଇଗଲେ । ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡିଛି ।  

ସେହିଭଳି ଛତ୍ରପୁର ଥାନା ଇନ୍ସପେକ୍ଟର  ଦେବାଶିଷଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିଲା ।  ଗଞ୍ଜେଇ ବେପାରୀଙ୍କୁ ଥାନାରୁ ଖସାଇ ଦେବା, ଏତଲା ନେଇ ଥାନାକୁ ଯାଇଥିବା ଯୁବତୀଙ୍କୁ  ଅଶ୍ଳୀଳ ବ୍ୟବହାର କରିବା, ଗିରଫ ଭୟ ଦେଖାଇ  ଧମକ ଚମକ ଦେଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ଥିଲା ।  ତେଣୁ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି । ବରିଷ୍ଠ  ଅଧିକାରୀଙ୍କ ପାଖରେ ଦେବାଶିଷଙ୍କ ବିରୋଧରେ  କିଛି ପ୍ରମାଣ ଥିବା ଅନୁମାନ କରାଯାଉଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading