ନୂଆ ୧୨ ବିଜ୍ଞାପିତ ପରିଷଦ ଗଠନ ପାଇଁ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି

Spread the love

ଅନୁଗୁଳ, ସୁବର୍ଣ୍ଣପୁର, ବାଲେଶ୍ଵର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ନୂତନ କରି ମୋଟ ୧୨ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ।

ଭୁବନେଶ୍ଵର: ରାଜ୍ୟର ୭ଟି ଜିଲ୍ଲାରେ ନୂଆ କରି ୧୨ଟି ବିଜ୍ଞାପିତ ପରିଷଦ (NAC) ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅନୁଗୁଳ, ସୁବର୍ଣ୍ଣପୁର, ବାଲେଶ୍ଵର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ନୂତନ କରି ମୋଟ ୧୨ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ।


ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ନୂଆ କରି ୨୧ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ଦିନକ ପରେ ୧୨ ବିଜ୍ଞାପିତ ପରିଷଦ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଏହା ପରେ ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ।


ଅନୁଗୁଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମ କଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡ଼ି ଓ ଧୁଷୁରୀକୁ ନେଇ ନେଇ ବିଜ୍ଞାପିତ ପରିଷଦ ଗଠନ କରାଯିବ । ନୂଆ କରି ୧୨ଟି NAC ଗଠନ ହେଲେ ଲୋକଙ୍କୁ ଅନେକ ସୁବିଧା ମିଳିବ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading