ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ, ଜଣେ ଅଟକ

Spread the love

ଛତ୍ରପୁର : ଗାଈ ଗୁହାଳରେ ଡିଟୋନେଟର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜଗନ୍ନାଥପୁର ଗାଁରୁ ପ୍ରାୟ ୫ ଟନ ପଥର ବ୍ଲାଷ୍ଟ ଡିଟୋନେଟର ଜବତ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ ଗତକାଲି ଏକ ଗାଡ଼ିରେ କିଛି ଡିଟୋନେଟର ଥିବା ଗାଡିକୁ ତୁମୁଡିବନ୍ଧ ପୋଲିସ ଜବତ କରିଥିଲା ।  ଏହା ସହ ଜଣଙ୍କୁ ଅଟକ ରଖିଛି ।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ ଏକ ଗାଡ଼ିରେ କିଛି ଡିଟୋ ନେଟର ଥିବା ଗାଡିକୁ ତୁମୁଡିବନ୍ଧ ପୋଲିସ ଜବତ କରିଥିଲା ।  ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଆଦର୍ଶ ଗାଈ ଗୁହାଳ ରେ ପଥର ବ୍ଲାଷ୍ଟ ଡିଟୋ ନେଟର ରହିଥିବା ଖବର ପାଇ ଚମାଖଣ୍ଡି ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା । କେତେ ପରିମାଣର ଡିଟୋ ନେଟର ଜବତ କରାଯାଇଛି ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନଥିବା ବେଳେ ବିପୁଳ ପରିମାଣର ଡିଟୋନେଟର ଜବତ କରାଯାଇଥିବା ଦେଖିବାକୁ ମିଳିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading