ଗଛରେ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ଶବ ; ରହସ୍ୟରେ ମୃତ୍ୟୁ

Spread the love

ମହିଳା ପୁଲିସ କନେଷ୍ଟବଳଙ୍କ  ଝୁଲନ୍ତା ମୃତ ଦେହ ଉଦ୍ଧାର। ନୂଆପଡ଼ା ରେଲୱେ ଫାଟକ ନିକଟ ଏକ ଗଛରୁ ବିବାହିତ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ନୂଆପଡ଼ା ପୁଲିସ। ମୃତକ ହେଲେ ନୂଆପଡ଼ା ସଦର ଥାନାର କନେଷ୍ଟବଳ ରୁକ୍ମିଣୀ ନାଗ । ସେ ସଦର ଥାନା ଅନ୍ତର୍ଗତ ରାଧକୃଷ୍ଣପଡ଼ାରେ ରହୁଥିବା ବେଳେ ଆଜି ରେଲୱେ ଫାଟକ ନିକଟ ଏକ ଗଛରେ ଓଢଣି ସାହାଯ୍ୟରେ ଝୁଲିପଡିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନକୁ ପଠାଇଛି । ତେବେ ମହିଳା ପୁଲିସ କର୍ମଚାରୀ କାହିଁକି ଆତ୍ମହତ୍ୟା କଲେ  ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ମୃତ ପୁଲିସ କର୍ମଚାରୀଙ୍କ ସ୍ବାମୀ ମଧ୍ୟ ପୁଲିସ ବିଭାଗରେ କାମ କରୁଥିବା ଜଣାପଡିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading