ପତିପତ୍ନୀଙ୍କ ଝଗଡ଼ାରୁ ପାଞ୍ଚ ପାଞ୍ଚଟି ଜୀବନ ଚାଲି ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହିଲ୍ୟାନଗରରେ । ସ୍ତ୍ରୀ ସହ ଝଗଡ଼ା ପରେ ସ୍ଵାମୀ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛି ।
ମୁମ୍ବାଇ: ପତିପତ୍ନୀଙ୍କ ଝଗଡ଼ାରୁ ପାଞ୍ଚ ପାଞ୍ଚଟି ଜୀବନ ଚାଲି ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହିଲ୍ୟାନଗରରେ । ସ୍ତ୍ରୀ ସହ ଝଗଡ଼ା ପରେ ସ୍ଵାମୀ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛି । ଏହା ପରେ କୂଅକୁ ଡେଇଁ ନିଜ ଜୀବନ ବି ହାରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇ ଯାଇଥିବା ବେଳେ ସୂଚନା ପାଇ ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁସାରେ, ଅହିଲ୍ୟାନଗର ଜିଲ୍ଲାର ଶ୍ରୀଗୋନ୍ଦା ତହସିଲ୍ ଅନ୍ତର୍ଗତ ଚିଖଲି କୋରେଗାଓଁର ଅରୁଣ କାଲେଙ୍କ ଝଗଡ଼ା ତାଙ୍କ ସ୍ତ୍ରୀ ସହ ଶନିବାର ହୋଇଥିଲା । ଆଉ ଝଗଡ଼ା ପରେ ଅରୁଣ ଆଶ୍ରମଶାଳାରେ ପଢ଼ୁଥିବା ତାଙ୍କ ୪ ଛୁଆଙ୍କୁ ବାଇକରେ ବସାଇ ଶିରିଡ଼ିରୁ ୧୦ କିଲୋମିଟର ଦୂର କୋରାହଲେ ଗାଁ ନିକଟ ଚାଷ ଜମିରେ ଥିବା କୂଅ ପାଖକୁ ନେଇ ଯାଇଥିଲେ ।
ତା’ ପରେ କୂଅକୁ ତାଙ୍କ ଝିଅ ସହ ୩ ପୁଅଙ୍କୁ ଫିଙ୍ଗି ଦେଇଥିଲେ । ଏହାପରେ ଅରୁଣ ନିଜେ ମଧ୍ୟ କୂଅ ଭିତରକୁ ଡେଇଁ ପଡ଼ିଥିଲେ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅରୁଣଙ୍କ ସହ ୪ ଛୁଆଙ୍କ ଖୋଜ ଖବର ଅନେକ ସମୟ ଧରି ନ ମିଳିବାରୁ ସମ୍ପର୍କୀୟ ଖୋଜାଖୋଜି କରିଥିଲେ । ଯାହା ପରେ ଜଣା ପଡ଼ିଥିଲେ ଅରୁଣ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ବି ଡେଇଁ ପଡ଼ିଛନ୍ତି ।
ଏହା ପରେ ପୋଲିସ ପହଞ୍ଚି କୂଅରୁ ସମସ୍ତଙ୍କ ମୃତଦେହ ବାହାର କରିଥିଲା । ପୋଲିସ ଅନୁସାରେ, ଅରୁଣଙ୍କ ଝଗଡ଼ା ତାଙ୍କ ପତ୍ନୀଙ୍କ ସହ ହୋଇଥିଲା । ଆଉ ଏହା ପରେ ଅରୁଣ ୪ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ଡେଇଁ ପଡ଼ି ଜୀବନ ହାରିଛନ୍ତି । ମୃତ ଛୁଆଙ୍କ ବୟସ ୬ରୁ ୯ ବର୍ଷ ମଧ୍ୟରେ ହୋଇଥିବା ବେଳେ ଅରୁଣଙ୍କୁ ୩୫ ବର୍ଷ ।
Discover more from Emerging Odisha
Subscribe to get the latest posts sent to your email.