ବିବାଦୀୟ ୟୁଟ୍ୟୁବର ତଥା ବିଗ୍‌ ବସ୍‌ ବିଜେତା ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼

Spread the love

ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼

୩ ଅଜ୍ଞାତ ବାଇକ୍‌ ଆରୋହୀ ଆସି ଆଖିବୁଜା ଗୁଳି ଚଳାଇ ଫେରାର ସୂଚନା

ଆଜି ସକାଳେ ହୋଇଛି ୨୪ ରାଉଣ୍ଡ ଗୁଳିମାଡ଼

ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼ । ବିବାଦୀୟ ୟୁଟ୍ୟୁବର ତଥା ବିଗ୍‌ ବସ୍‌ ବିଜେତା ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼ । ଏଲଭିଶ୍‌ ଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ଆଜି ସକାଳେ ହୋଇଛି ୨୪ ରାଉଣ୍ଡ ଗୁଳିମାଡ଼ । ଘର ନିକଟକୁ ୩ ଅଜ୍ଞାତ ବାଇକ୍‌ ଆରୋହୀ ଆସି ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ତେବେ ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ନେଇ ଚର୍ଚ୍ଚା ହୁଏ । ନିକଟରେ ଏଲଭିସ୍ ଯାଦବ ରେଭ୍ ପାର୍ଟିରେ ସାପ ପିନ୍ଧୁଛନ୍ତି ଏବଂ ସାପ ବିଷର ବ୍ୟବହାର କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏଲଭିସଙ୍କ ବିରୋଧରେ ସାପ ଚୋରା ଚାଲାଣର ଅଭିଯୋଗରେ ମାମଲା ରୁଜୁ କରିଥିଲା ନୋଏଡା ପୋଲିସ । ବିଭିନ୍ନ ପାର୍ଟି ଓ କ୍ଲବକୁ ସେ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏଲଭିସ୍ ଯାଦବ ଏକ ଭିଡିଓ ଜାରି କରି ଏହାକୁ ଖଣ୍ଡନ କରିଥିଲେ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading