ଭୁବନେଶ୍ୱର : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ବାରଙ୍ଗ କୁଆଖାଇ ସେତୁ ଉପରେ ସ୍କୁଟି ଚାଳକଙ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସାହିଲ ମାଝୀ । ଯୁବକଙ୍କ ଘର ବାରଙ୍ଗ ଥାନା ଗୋଠପୁର ଗ୍ରାମରେ। ଆଜି ସକାଳୁ ଯୁବକ ଜଣକ ବାଲିକୁଦା ପଟୁ ବାରଙ୍ଗ ଅଭିମୁଖେ ଆସୁଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଜୋନ ଏସିପି ଶଶିକାନ୍ତ ରାଉତ ପହଞ୍ଚିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.