ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ବଡ଼ ଆକ୍ସନ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି ଗ୍ରହଣ କରି ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଭାରତର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ନିଜ ରାୟରେ ଏହି ଘଟଣାର ଜରୁରୀ ଯାଞ୍ଚ କରିବା ପାଇଁ କହିଛନ୍ତି । ଏହାସହ ଅଭିଯୋଗକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ଜଣାଇଛନ୍ତି । ତେଣୁ ଏହାକୁ ଦେଖି ସେ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗଠନ କରିଥିବା ଏହି କମିଟିରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର, ମାଡ୍ରାସ୍ ହାଇକୋର୍ଟର ବିଚାରପତି ମନିନ୍ଦର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ପୂର୍ବ ମୁଖ୍ୟ ବିଚାରପତି ବି.ବି. ଆଚାର୍ଯ୍ୟ ରହିଛନ୍ତି ।
କଣ ଥିଲା ପୂରା ଘଟଣା?
ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ସରକାରୀ ଆବାସରେ ଚଳିତ ବର୍ଷ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହି ସମୟରେ କିନ୍ତୁ ସେଠାରେ ବହୁ ପରିମାଣରେ ଅଧା ଜଳା ନୋଟ ମିଳିଥିଲା । ଯାହାକି ସେ ସମୟରେ ବିବାଦ ସୃଷ୍ଟି କରିଥିଲା । ଏହାପରେ ଜଷ୍ଟିସ୍ ବର୍ମାଙ୍କୁ ଆଲ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରିଦିଆଯାଇଥିଲା । ଆଉ ଏବେ ଏହି ଘଟଣାରେ କମିଟି ଗଠନ କରିଛନ୍ତି ଲୋକସଭା ବାଚସ୍ପତି ।
Discover more from Emerging Odisha
Subscribe to get the latest posts sent to your email.