ଦିଲ୍ଲୀରେ ଧରାହେବେ ବୁଲା କୁକୁର

Spread the love

ଦିଲ୍ଲୀ- ଏନ୍‌ସିଆରରେ ବୁଲା କୁକୁରଙ୍କୁ ଧରି ଅଲଗା ଜାଗାରେ ରଖ । ଦିଲ୍ଲୀ ସରକାର ଓ ପୌର କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବ୍ୟକ୍ତି କି ସଂଗଠନ ଏହାକୁ ବିରୋଧ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ସର୍ବୋଚ୍ଚ ଅଦାଲତ । କୁକୁର କାମୁଡ଼ାରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ସୁପ୍ରିମକୋର୍ଟ ଗୁରୁତ୍ବର ଭାବେ ଗ୍ରହଣ କରିଛନ୍ତି । ଦିଲ୍ଲୀ ଏନ୍‌ସିଆର୍‌, ନୋଏଡ଼ା, ଗୁରୁଗାଓଁ ଏବଂ ଗାଜିଆବାଦରେ ବୁଲା କୁକୁରଙ୍କୁ ଧରି ଅଲଗା ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେହି ଏହାକୁ ବିରୋଧ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବୁଲା କୁକୁରଙ୍କୁ ଅଲଗା ସ୍ଥାନରେ ରଖି ଦେଖାଶୁଣା ଓ ବନ୍ଧ୍ୟାକରଣ ପାଇଁ ଯଥେଷ୍ଟ ସଂଖ୍ୟକ ଲୋକ ରହିବେ । ଗୋଟିଏ ଗୋଟିଏ ସ୍ଥାନରେ ୫-୬ ହଜାର କୁକୁର ରହିବେ । କୁକୁରଙ୍କୁ କୌଣସି ପରିସ୍ଥିତିରେ ବାହାରକୁ ଛଡ଼ାଯିବ ନାହିଁ । ଏଥିପାଇଁ କୁକୁର ରଖାଯାଉଥିବା ସ୍ଥାନରେ ସିସି କ୍ୟାମେରା ଲଗାଯିବ । ୬ ସପ୍ତାହ ମଧ୍ୟରେ ଏହା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେହି ବୁଲା କୁକୁରଙ୍କୁ କେହି ପୋଷ୍ୟ ଭାବେ ଗ୍ରହଣ କରିବେ ନାହିଁ । କୌଣସି ଜାଗାରୁ କୁକୁର କାମୁଡ଼ାର ଅଭିଯୋଗ ଆସିଲେ ସେ ସ୍ଥାନରୁ ୪ ଘଣ୍ଟା ମଧ୍ୟରେ ବୁଲା କୁକୁରଙ୍କୁ ଧରିବା ପାଇଁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କୁକୁର ପ୍ରେମୀ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading