୬୪ ବର୍ଷ ବୟସରେ ପାଦ ଥାପିଲେ ସୁନୀଲ ସେଟ୍ଟୀ

Spread the love

ବଲିଉଡର ସୁପରଷ୍ଟାର୍ ସୁନିଲ ସେଟ୍ଟୀ ତାଙ୍କର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ଅନେକ ଫିଲ୍ମ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ଚମତ୍କାର ଅଭିନୟ ଦ୍ବାରା ସମସ୍ତଙ୍କ ମନରେ ଗୋଟିଏ ସ୍ବତନ୍ତ୍ର ଜାଗା ତିଆରି କରିବାରେ ସଫଳ ହୋଇପାରିଛନ୍ତି ।

ସୁନୀଲଙ୍କ ୬ଟି ଚରିତ୍ରର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଲିଗରେ ସ୍ଥାନ ଦେଇଥିଲା । ସେହି ଚରିତ୍ରଗୁଡ଼ିକ ମଧ୍ୟରୁ ସେ ପାକିସ୍ତାନକୁ ଘୃଣା କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କର ଭିଲିଆନ୍ ଚରିତ୍ର ପାଇଁ ଲୋକମାନେ ଆଜି ବି ତାଙ୍କର ଅଭିନୟକୁ ଭୁଲି ପାରିନାହାଁନ୍ତି । ସେ ତାଙ୍କ ଜୀବନରେ ଅନେକ ଭଲ ଭଲ ଚରିତ୍ରର ଅଭିନୟ ଯାଦୁ ଦେଖାଇଛନ୍ତି । ଯେମିତିକି ଧଡକନ୍, ହେରା ଫେରୀ, ବର୍ଡର, ଗୋପୀ କିଶନ ଏବଂ ମେ ହୁଁ ନା ଭଳି ଅନେକ ଫିଲ୍ମ କରିଛନ୍ତି ।

ଯଦି ସୁନୀଲଙ୍କ ଅନ୍ୟ କୌଣସି ପରିଚୟ ଖୋଜାଯାଏ ତେବେ ସେ ଜଣେ ଅଭିନେତା ହେବା ସହିତ ଜଣେ ବ୍ୟବସାୟୀ । ସେ ମୁମ୍ବାଇର କ୍ଲବ H2Oର ମାଲିକ। ସେ କାଫେ H2O ସହିତ ସଂଲଗ୍ନ ୱାଟର ଆଡଭେଞ୍ଚର ପାର୍କର ସହ-ମାଲିକ। ସେ ୨୦୧୦ ମସିହାରେ ମିସଚିଫ୍ ଡାଇନିଂ ବାର୍ ବନ୍ଦ କରି ଲିଟିଲ୍ ଇଟାଲି ନାମକ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲିଥିଲେ । ଯାହା ପୂର୍ବରୁ ତାଙ୍କ ବାପାଙ୍କ ନାଁରେ ଥିଲା । ପରେ ସୁନୀଲ ଶେଟ୍ଟୀ ତାଙ୍କ ବାପାଙ୍କ ନାଁରେ ଥିବା  ରେଷ୍ଟିରାଣ୍ଟଟି ତାଙ୍କ ନାଁକୁ ଟ୍ରାନ୍ସପର କରି ଆଣିଥିଲେ । ତା’ପରେ ସେ ଏହାକୁ ବଡ଼ରେଷ୍ଟୁରାଣ୍ଟରେ ପରିଣତ କରିଥିଲେ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading