କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଏବେ ୯ମ ଶ୍ରେଣୀରେ ପଢୁଥିବା ପିଲାମାନେ ବହି ଦେଖି ଦେବେ ପରୀକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍ ମୋଡରେ କାର୍ଯ୍ୟକାରୀ କରାଯିବ । ଜୁନ୍ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ସିବିଏସଇ ।
ଜୁନ୍ ମାସରେ ସିବିଏସ୍ଇର ବୈଠକରେ ନବମ ଶ୍ରେଣୀ ପରୀକ୍ଷାରେ ଇଣ୍ଟିଗ୍ରେଟିଂ ଓପନ୍ ବୁକ୍ ଆସେସ୍ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ପିଲାମାନେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଠ୍ୟପୁସ୍ତକ ଦେଖି ପରୀକ୍ଷା ଦେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହାକୁ ସିବିଏସ୍ଇ ଗଭର୍ଣ୍ଣିଂ ବଡି ଅନୁମୋଦନ ଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପ୍ରସ୍ତୁତ ନ୍ୟାସନାଲ୍ କରିକୁଲମ ଫ୍ରେମ୍ୱାର୍କ ଫର ସ୍କୁଲ ଏଜୁକେସନ (ଏନସିଏଫଏସଇ)କୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ନିଆଯାଇଛି ।
ପିଲା ପରୀକ୍ଷା ଦେବା ସମୟରେ ପାଠ୍ୟପୁସ୍ତକ, କ୍ଲାସ ନୋଟ୍, ଲାଇବ୍ରେରୀ ମ୍ୟାଟେରିଆଲକୁ ବ୍ୟବହାର କରିବାର ସୁଯୋଗ ମିଳିବ । ପାଠ୍ୟକ୍ରମରୁ କ୍ରସ୍ କଟିଂ ଥିମ୍ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯିବ । ଯାହାକୁ ନେଇ ପିଲା ବହି ଦେଖି ପରୀକ୍ଷା ଦେବେ । ଏହାକୁ ନେଇ ସାମ୍ପୁଲ ପେପର ପ୍ରସ୍ତୁତ କରାଯିବ ।
ଓପନ ବୁକ୍ ପରୀକ୍ଷା କ’ଣ :
ଓପନ ବୁକ୍(ବହି ଦେଖି ପରୀକ୍ଷା) ୨ ପ୍ରକାରର ହୋଇଥାଏ । ପ୍ରଥମରେ ପିଲାମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବସି ପରୀକ୍ଷା ଦେବେ । ସେମାନଙ୍କୁ ପେପର ଏବଂ ଆନ୍ସର ସିଟ୍ ମିଳିବ । ପରୀକ୍ଷା ଦେବା ବେଳେ ପିଲାମାନେ ବହିତ କିମ୍ବା ଅନ୍ୟ ନୋଟର ସାହାଯ୍ୟ ନେଇପାରିବେ । ଅନ୍ୟଟି ହେଉଛି ପିଲାମାନେ ଅନଲାଇନ ପରୀକ୍ଷା ଦେବେ । ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ପେପର ସେଟ୍ ପଠାଯିବ । ଏହି ପରୀକ୍ଷାରେ ପିଲାମାନେ ବହି ଏବଂ ନୋଟ ଆଦିର ସହାୟତା ନେଇ ପରୀକ୍ଷା ଦେଇପାରିବେ । ସମୟ ସୀମା ସରିଆସିଲେ ପୋଟାର୍ଲ ଆପଣାଛାଏ ବନ୍ଦ ହୋଇଯିବ ।
ସୂଚନାଯୋଗ୍ୟ, ଓପନ ବୁକ୍ ପରୀକ୍ଷା ସିବିଏସଇ ବୋର୍ଡ ପାଇଁ ନୂଆ ନୁହେଁ । ୨୦୧୪ ମସିହାରେ ନବମ ଶ୍ରେଣୀର ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଯେଉଁଥିରେ ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନକୁ ବିଷୟକୁ ନେଇ ହୋଇଥିଲା । ଏହାପରେ ଏକାଦଶ ଶ୍ରେଣୀରେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ୨୦୧୭-୧୮ ମସିହାରେ ବନ୍ଦ କରି ଦିଆଯାଇଥିଲା ।
Discover more from Emerging Odisha
Subscribe to get the latest posts sent to your email.