ଝାରସୁଗୁଡ଼ା: ବୃଦ୍ଧଙ୍କୁ ନିର୍ମମ ହତ୍ୟା । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ବରିହାପଡ଼ା-ଖଡିଆମାଲ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା । ମୃତକ ହେଲେ ନିର ନୁନ।
ଅଭିଯୋଗ ଅନୁଯାୟୀ ନିର ଓ ବରପାନ ଗାଁର ଭଗବାନ ବାଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହାପରେ ଭଗବାନ ଉତ୍କ୍ଷିପ୍ତ ହୋଇ ଏକ ପଥରରେ ନିରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ପରେ ବରିହାପଡ଼ାକୁ ଫେରି ଆସିଥିଲେ । ଖବର ପାଇ ଲଇକେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଭଗବାନଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
Discover more from Emerging Odisha
Subscribe to get the latest posts sent to your email.