ଏହି ଅଭିନେତ୍ରୀ ୧୮ ବର୍ଷ ବୟସରେ ନିଜ ଜୀବନ ନେବାକୁ ଚାହୁଁଥିଲେ!…

Spread the love

ମୁମ୍ବାଇ: ଏଭଳି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ ୧୮ ବର୍ଷ ବୟସରେ ନିଜ ଜୀବନ ନେବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହୋଇଥିଲା। ସେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ତା’ପରେ ସେ ବଲିଉଡରେ ବେଶ୍ ଖ୍ୟାତି ହାସଲ କରିଥିଲେ। ଏହା ପରେ ସେ ହଲିଉଡ୍ ଆଡକୁ ମୁହାଁଇଲେ ଏବଂ ସେଠାରେ ମଧ୍ୟ ନିଜର ପ୍ରତିଭାର ଛାପ ଛାଡିଥିଲେ। ସେ ଅଭିନେତ୍ରୀ  ଜଣକ ହେଉଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯିଏ ଆଜି ଜଣେ ବିଶ୍ୱସ୍ତରୀୟ ଷ୍ଟାର ଭାବରେ ବେଶ୍ ଜଣାଶୁଣା।

ପ୍ରତ୍ୟେକ ଅଭିନେତ୍ରୀ ଆଜି ପ୍ରିୟଙ୍କା ଚୋପ୍ରା ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଞ୍ଚିବାକୁ ସ୍ୱପ୍ନ ଦେଖୁଛନ୍ତି। ତଥାପି, ଏହି ଯାତ୍ରାରେ ପ୍ରିୟଙ୍କାଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

କ୍ୟାରିଅରର ଆରମ୍ଭ ସମୟରେ, ତାଙ୍କର କଳା ରଙ୍ଗ ପାଇଁ ସେ ଲୋକଙ୍କଠାରୁ ବହୁତ କଟାକ୍ଷ ଶୁଣିବାକୁ ପାଉଥିଲେ। ବଲିଉଡ ହେଉ କି ହଲିଉଡ୍, ତାଙ୍କ କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ସବୁଠି ଅଣଦେଖା କରାଯାଉଥିଲା। ୧୮ ବର୍ଷ ବୟସରେ,ସେ ନିଜ ଜୀବନ ନେବାକୁ ମଧ୍ୟ ଚାହୁଁଥିଲେ। ତାଙ୍କ ବିଷୟରେ ଏହି ଖୁଲାସା ତାଙ୍କ ପୂର୍ବତନ ମ୍ୟାନେଜର କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହାକୁ ନେଇ ମ୍ୟାନେଜରଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।

ବହୁ ବର୍ଷ ପୂର୍ବେ, ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ମ୍ୟାନେଜର ପ୍ରକାଶ ଜାଜୁ କିଛି ଟ୍ୱିଟ୍ କରିଥିଲେ ଏବଂ ଅଭିନେତ୍ରୀଙ୍କ ବିଷୟରେ କିଛି ବଡ଼ ଦାବି କରିଥିଲେ। ସେ ଗୋଟିଏ ଟ୍ୱିଟରେ ଲେଖିଥିଲେ, ଆଜି ଏତେ ଶକ୍ତିଶାଳୀ ଦେଖାଯାଉଥିବା ପ୍ରିୟଙ୍କା ପୂର୍ବରୁ ୨-୩ ଥର ନିଜ ଜୀବନ ନେବାକୁ ଚେଷ୍ଟା କରିଥିଲେ। ମୁଁ ତାଙ୍କୁ କୌଣସି ପ୍ରକାରେ ବାଧା ଦେଇଥିଲି।

ପ୍ରକାଶ  ଦାବି କରିଥିଲେ ଯେ, ପ୍ରିୟଙ୍କା ତାଙ୍କ ପୂର୍ବତନ ପ୍ରେମିକ ଅସୀମ ମର୍ଚାଣ୍ଟଙ୍କ ସହ ମଧ୍ୟ ଝଗଡ଼ା କରିଥିଲେ। ପ୍ରକାଶ କହିଥିଲେ,ପ୍ରେମିକାଙ୍କ ସହ ଝଗଡ଼ା କରିବା ପରେ, ପ୍ରିୟଙ୍କା ରାତିରେ ବିଚଳିତ ହୋଇ ମୋତେ ଅନେକ ଥର ଦୁଃଖରେ ଫୋନ୍ କରୁଥିଲେ ବୋଲି ସେ ଦାବି କରିଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading