ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ, ପୁରୁଷ ବନ୍ଧୁ ନାଁରେ ମାମଲା

Spread the love

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା। ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ନାଁରେ ଏତଲା । ପୀଡିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ । ଝିଅକୁ ନିର୍ଯାତନା ଦେବା ଓ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଛାତ୍ରୀଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

କେସ୍ ନମ୍ବର 284ରେ ମାମଲା ୠଜୁ ହୋଇଥିବା ବେଳେ BNS 296, 75, 78, 108, 66E, 67A ଭଳି ସଂଗୀନ ଦଫା ଲାଗିଛି ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଉପରେ । ଘଟଣାରେ ଛାତ୍ରୀଙ୍କ ବାପାଙ୍କୁ ଥାନାକୁ ଡକାଇ ମାରାଥନ ଜେରା କରିଛି ପଟ୍ଟାମୁଣ୍ଡାଇ ପୋଲିସ । କେନ୍ଦ୍ରାପଡ଼ା SPଙ୍କ ଅଫିସରେ ପହଞ୍ଚିଥିଲେ କେନ୍ଦ୍ରାଞ୍ଚଳ IG ଏସ୍‌.ପ୍ରବୀଣ କୁମାର । ଦୀର୍ଘ ସମୟ ଧରି ବିଭାଗୀୟ ଅଧିକାରୀଙ୍କ ସହ ସେ ତଦନ୍ତ ସମ୍ପର୍କରେ ଆଲୋଚନା କରିଥିଲେ । SP କହିଛନ୍ତି, ପୋଷ୍ଟ ମର୍ଟମ ରିପୋର୍ଟ ପରେ ପ୍ରକୃତ ଅଭିଯୁକ୍ତ ଉପରେ ନିଆଯିବ ଆକ୍ସନ ।

ଗତକାଲି ଏସପି ସିଦ୍ଧାର୍ଥ କଟାରିଆ ଘଟଣା ସ୍ଥଳରେ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ମୃତ ଛାତ୍ରୀଙ୍କ ବାପା ଓ ମା ସକାଳ ସାଢ଼େ ୭ଟାରେ ଘରୁ ବାହାରି ଯିବାର ଦୃଶ୍ୟ ସିସିଟିଭ ଫୁଟେଜରେ କଏଦ ହୋଇଥିବା ପୁଲିସ ସୂଚନା ଦେଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading