ବେଗୁନିଆ: ଦୁଇ ଗାଁ ଭିତରେ ଲାଗି ରହିରହିଥିବା ସୀମା ବିବାଦ ନେଲା ଉଗ୍ରରୂପ । ବେଗୁନିଆ ବାଘମାରି ଥାନା ଅନ୍ତର୍ଗତ ଓସ୍ତପୁର ଏବଂ କୋଟପଲା ମଧ୍ୟରେ ଦୀର୍ଘଦିନ ହେବ ଚାଲିଥିବା ସୀମା ବିବାଦ ଏବଂ ନାମ ଫଳକ ବିବାଦ ଏବେ ଉଗ୍ରରୂପ ନେଇଛି । ଉଭୟ ଗାଁ ଭିତରେ ପୋଲିସ ଉପସ୍ଥିତିରେ ପୁଣି ଗଣ୍ଡଗୋଳ ହୋଇଛି । ଦୋକାନ ଘର ଭଙ୍ଗାରୁଜା ସହିତ ଅନେକ ହୋଇଛନ୍ତି ଆହତ । ଏଥିସହିତ ବିଦ୍ୟାଳୟରେ ମଧ୍ୟ ଉଭୟ ଗ୍ରାମବାସୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ସହିତ ସମସ୍ତେ ନାକେଦମ କିନ୍ତୁ ବାହାରି ପାରୁନି ସମାଧାନର ରାସ୍ତା ।
ଗାଁର ସୀମାବିବାଦ ଏବଂ ନାମ ଫଳକକୁ ନେଇ ତୁମୁଳ କାଣ୍ଡ । ଦୋକାନ ବଜାର ଭଙ୍ଗାରୁଜା, ଗାଡିମଟର ଯାତାୟାତ ବାଧାପ୍ରାପ୍ତ । ଏପରିକି ଦୁଇ ଗାଁର ଏହି ବିବାଦକୁ ନେଇ ସମସ୍ୟା ଭୋଗୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଅନେକ ହୋଇଛନ୍ତି ଆହତ । ଆଉ ଏହାରି ଭିତରେ ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା । କୋଟପଲା ଏବଂ ଓସ୍ତପୁର ଗ୍ରାମବାସୀଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ପ୍ରଶାସନ ଅପାରଗତା କାରଣରୁ ଆଜି ଉଗ୍ରରୂପ ନେଇଥିବା ବେଳେ ହଇରାଣ ହେବାକୁ ପଡିଛି ଜନସାଧାରଣଙ୍କୁ, ତଥାପି ସମାଧାନର ବାଟ ବାହାରି ପାରୁନି ।
ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତା କଡରେ ଉଭୟ ପାର୍ଶ୍ବରେ ରହିଛି ଦୁଇ ଗାଁ ଓସ୍ତପୁର ଏବଂ କୋଟପଲା । ହେଲେ ଗାଁର ସୀମା ବିବାଦ ଦୀର୍ଘ ପାଞ୍ଚ ବର୍ଷ ହେବ ଲାଗି ରହି ଆସିଥିବା ବେଳେ ଅନେକ ଥର ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଏ ନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଚାଲିଛି । ନିକଟରେ ସ୍ଥାନୀୟ ତହସିଲଦାର ବାଘମାରୀ ପୋଲିସ ଉପସ୍ଥିତିରେ ଏକ ନାମ ଫଳକ ପୋତୁ ଥିବାବେଳେ ଓସ୍ତପୁର ଗ୍ରାମବାସୀ ବିରୋଧ କରିଥିଲେ । ପରେ ଏହା ଉଗ୍ରରୂପ ନେଇ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ପରେ ଉଭୟ ଗାଁର ପିଲା ସ୍କୁଲରେ ପଢ଼ିବାକୁ ଯାଇଥିବା ବେଳେ ପିଲାମାନଙ୍କ ଉପରେ ଗ୍ରାମବାସୀଙ୍କ ଆକ୍ରମଣ ମିଥ୍ୟା ପ୍ରଚାର ହୋଇ ଉଭୟ ଗ୍ରାମବାସୀ ପୁଣି ଗଣ୍ଡଗୋଳ ହୋଇ ଲହୁଲୁହାଣ ହୋଇଛନ୍ତି । ତେବେ ଖୁବଶୀଘ୍ର ଶାନ୍ତି କମିଟି ଗଠନ କରାଯାଇ ସମାଧାନର ବାଟ ବାହାର କରାଯିବ ବୋଲି କରିଛନ୍ତ ସ୍ଥାନୀୟ ତହସିଲଦାର ।
ଦୁଇ ଗାଁର ହେଉଥିବା ଏହି ବିବାଦର ସମାଧାନ ବାହାରି ନଥିବାବେଳେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସେପଟେ ଦୁଇ ଗାଁ ଭିତରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି ।
Discover more from Emerging Odisha
Subscribe to get the latest posts sent to your email.